ପରିତ୍ୟକ୍ତ ଘର ଛାତ ତଳେ ଚାପି ହୋଇଗଲେ ୫ଜଣ

0

ଓଡ଼ିଶା ଫାଷ୍ଟ(ବ୍ୟୁରୋ): ଏକ ପରିତ୍ୟକ୍ତ ଘର ଛାତ ପଡିଯିବାରୁ ୫ଜଣ ଏହା ତଳେ ଦବିଯାଇଥିଲେ । ଏଭଳି ଏକ ଦୁର୍ଘଟଣା କୋରାପୁଟ ଜିଲ୍ଲା ଜୟପୁର ବ୍ଲକରେ ଘଟିଯାଇଛି । ଆହତଙ୍କୁ ଉଦ୍ଧାର କରାଯାଇ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି ।

ସୂଚନା ଅନୁଯାୟୀ, ଜୟପୁର ବ୍ଲକ ବାରିଣିପୁଟ ଜଗନ୍ନାଥ ମନ୍ଦିର ସମ୍ମୁଖରେ ଥିବା ଏକ ପରିତ୍ୟକ୍ତ ଘରର ଛାତ ପଡିଯିବାରୁ ୫ଜଣ ଏହା ତଳେ ଦବି ଯାଇଥିଲେ । ସେମାନେ ଏହି ଭଙ୍ଗା ଘରୁ ଇଟା ବାହାର କରୁଥିଲେ । ସେହି ୫ଜଣ ହେଲେ ନିତୁ ବାଘ, ଆସେର ଖରା, ନିତୁଖରା, ରଶ୍ମିତା ଖରା ଓ ଦର୍ଜାମଣୀ ବାଘ । ଏହି ଦୁର୍ଘଟଣା ଖବର ପାଇ ସ୍ଥାନୀୟ ପୋଲିସ, ଓଡ୍ରାଫ ଟିମ ଓ ଦମକଳ ବାହିନୀ ଘଟଣାସ୍ଥଳରେ ପହଞ୍ଚିବା ସହ ସମସ୍ତଙ୍କୁ ଉଦ୍ଧାର କରିଥିଲେ ।

ଅପରପକ୍ଷରେ ଅଗ୍ନିଶମ ବିଭାଗ ଆହତଙ୍କୁ ଉଦ୍ଧାର କରି ଜୟପୁର ଡାକ୍ତରଖାନାରେ ଭର୍ତ୍ତି କରିଛନ୍ତି । ସେମାନଙ୍କ ମଧ୍ୟରୁ ଜଣଙ୍କର ଗୋଡ ଭାଙ୍ଗି ଯାଇଥିବା ବେଳେ ଅନ୍ୟ ଚାରିଜଣଙ୍କ ଅବସ୍ଥା ଗୁରୁତର ରହିଛି ।

Leave a comment