ମୁଖ୍ୟମନ୍ତ୍ରୀଙ୍କ ଫୋକସରେ ପଶ୍ଚିମ ଓଡ଼ିଶା, ବିକାଶ ପାଇଁ ଗଠନ ହେବ ନୂଆ ବିଭାଗ

0

ଓଡ଼ିଶା ଫାଷ୍ଟ(ବ୍ୟୁରୋ): ପଶ୍ଚିମ ଓଡ଼ିଶାକୁ ଅଣଦେଖା କରାଯାଉଥିବା ନେଇ ବାରମ୍ବାର ଅଭିଯୋଗ ହୋଇଆସୁଥିଲା । ଯାହାକୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଗମ୍ଭୀରତା ସହ ନେଇଛନ୍ତି । ଏଥର ମୁଖ୍ୟମନ୍ତ୍ରୀଙ୍କ ଫୋକସରେ ପଶ୍ଚିମ ଓଡ଼ିଶା ରହିବା ନେଇ ଚର୍ଚ୍ଚା ଜୋର ଧରିଛି । ଖୁବଶୀଘ୍ର ପଶ୍ଚିମ ଓଡ଼ିଶା ବିକାଶ ପାଇଁ ଖୋଲିବ ନୂଆ ବିଭାଗ । ପଶ୍ଚିମାଞ୍ଚଳ ଜିଲ୍ଲା ଉନ୍ନୟନ ପରିଷଦ । ୧୧ଜିଲ୍ଲାର ଉନ୍ନତି ପାଇଁ ଗଠନ ହେବ ଏହି ପରିଷଦ ଏହାସହ ଅନଗୁଳ ଜିଲ୍ଲାର ଆଠମଲ୍ଲିକ ସବଡିଭିଜନକୁ ମଧ୍ୟ ସାମିଲ କରାଯାଇଛି । ଚଳିତ ଅଧିବେଶନରେ ନୂତନ ପଶ୍ଚିମାଞ୍ଚଳ ଜିଲ୍ଲା ଉନ୍ନୟନ ପରିଷଦ ଗଠନ ପାରିତ କରିବାକୁ ସମସ୍ତ ପ୍ରସ୍ତୁତି ହୋଇଥିବା ବିଶେଷ ସୂତ୍ରରୁ ସୂଚନା ମିଳିଛି । କାହିଁକି ନା ପଶ୍ଚିମ ଓଡ଼ିଶା ବିକାଶ ପାରିଷଦ ଅଛି ମାତ୍ର ଏହାର କାର୍ଯ୍ୟାଳୟ ଭୁବନେଶ୍ୱରରେ ଅଛି । ତାକୁ ପଶ୍ଚିମ ଓଡ଼ିଶାକୁ ଉଠାଇ ନେବାକୁ ବାରମ୍ବାର ଦାବି ହେଉଛି । କିନ୍ତୁ ବର୍ତ୍ତମାନ ସୁଦ୍ଧା ଏହା ସମ୍ଭବ ହୋଇପାରି ନାହିଁ। ସେହିପରି କେ.ବି.କେ ଉନ୍ନତି ପାଇଁ ଜଣେ ମୁଖ୍ୟ ସଚିବ ପାହ୍ୟାର ଚିଫ ଆଡ଼ମିଷ୍ଟ୍ରେଟର ଅଛନ୍ତି ।

ସୂଚନା ଅନୁଯାୟୀ, ମୁଖ୍ୟମନ୍ତ୍ରୀ ୨୦୧୯ ସାଧାରଣ ନିର୍ବାଚନରେ ପଶ୍ଚିମ ଓଡ଼ିଶାବାସୀଙ୍କ ଅନୁରୋଧ ରକ୍ଷା କରି ବିଜେପୁରରୁ ପ୍ରାର୍ଥୀ ହୋଇଥିଲେ । ସେ ସମୟରେ ପଶ୍ଚିମ ଓଡ଼ିଶାର ବିକାଶ ପାଇଁ ପ୍ରତିଶ୍ରୁତି ମଧ୍ୟ ଦେଇଥିଲେ । ଯାହାକୁ ସେ ପୂରଣ କରିବାକୁ ଯାଉଛନ୍ତି । ଏଥର ପଶ୍ଚିମ ଓଡ଼ିଶାର ବିକାଶକୁ ଫୋକସରେ ରଖିଛନ୍ତି ମୁଖ୍ୟମନ୍ତ୍ରୀ ।

୨୦୧୯ ସାଧାରଣ ନିର୍ବାଚନରେ ବିଜେପି ପଶ୍ଚିମ ଓଡ଼ିଶାକୁ ରାଜ୍ୟ ସରକାର ଅବହେଳା କରୁଥିବା କାର୍ଡ ଖେଳି ପଶ୍ଚିମ ଓଡ଼ିଶାରୁ ଲୋକସଭାର ସୁନ୍ଦରଗଡ଼, ବଡଗଡ଼, ବଲାଙ୍ଗୀର, ସମ୍ବଲପୁର ଏବଂ କଳାହାଣ୍ଡି ୫ସିଟରେ ବିଜୟ ହାସଲ କରିଥିଲା । ମାତ୍ର କେନ୍ଦ୍ରରେ କିଛିଦିନ ତଳେ ହୋଇଥିବା ମନ୍ତ୍ରୀ ମଣ୍ଡଳ ସମ୍ପ୍ରସାରଣରେ ପଶ୍ଚିମ ଓଡ଼ିଶାର ଜଣକୁ ମନ୍ତ୍ରୀ ପଦ ଦିଆଯିବା ନେଇ ଚର୍ଚ୍ଚା ଜୋର ଧରିଥିଲା । କିନ୍ତୁ କାହାକୁ ମଧ୍ୟ ସୁଯୋଗ ମିଳିଲା ନାହିଁ । ଆଗକୁ ପଞ୍ଚାୟତ ନିର୍ବାଚନ ତେଣୁ ନିଜ ବିଗିଡ଼ି ଥିବା ସ୍ଥିତିକୁ ସଜାଡ଼ିବା ପାଇଁ ବିଜେଡ଼ିକୁ ପୁନର୍ବାର ଏକ ସୁଯୋଗ ମିଳିଛି । ଏହାକୁ ହାତଛଡା କରିବାକୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ପ୍ରସ୍ତୁତ ନୁହଁନ୍ତି । ତେଣୁ ଚଳିତ ଅଧିବେଶନରେ ପଶ୍ଚିମାଞ୍ଚଳ ଜିଲ୍ଲା ଉନ୍ନୟନ ପରିଷଦ ଗଠନ କରି ପଶ୍ଚିମ ଓଡ଼ିଶାବାସୀଙ୍କ ହୃଦୟ ଜିତିବାକୁ ଏହା ଏକ ସ୍ୱାଗତ ଯୋଗ୍ୟ ପଦକ୍ଷେପ ବୋଲି ରାଜନୈତିକ ମହଲରେ ଚର୍ଚ୍ଚା ହେଉଛି ।

Leave a comment