ଟିକା ନେଇ ଟିଏମସି ସାଂସଦ ମିମି ଅସୁସ୍ଥ
ଓଡ଼ିଶାଫାଷ୍ଟ (ବ୍ୟୁରୋ): ନକଲି କୋଭିଡ ଟିକା ନେଇଥିବା ତୃଣମୂଳ କଂଗ୍ରେସ (ଟିମ୍ସି) ସାଂସଦ ମିମି ଚକ୍ରବର୍ତ୍ତୀ ଅସୁସ୍ଥ ହୋଇପଡିଥିବା ଜଣାପଡିଛି । ସେ ପିତାଶୟ ଓ ଜକୃତ ସମ୍ପର୍କିତ ସମସ୍ୟା ଲାଗି ଡିହାଇଡରେସନ ଓ ଏଥିଯୋଗୁ ପେଟରେ ଯନ୍ତ୍ରଣା ଅନୁଭବ କରିଥିଲେ ବୋଲି କହିଛନ୍ତି । ନକଲି ଆଇଏଏସ ଅଧିକାରୀ ଦେବାଞ୍ଜନ ଦେବଙ୍କ ଦ୍ୱାରା ଅୟୋଜିତ ଟିକାକରଣ ଶିବିରରେ ମିମି କୋଭିଡ୍ ଟିକା ନେଇଥିଲେ । ମିମି ବର୍ତ୍ତମାନ ଯାଦବପୁର ଆସନରୁ ଟିଏମସି ପ୍ରାର୍ଥୀଭାବେ ଲୋକସଭାକୁ ପ୍ରତିନିଧିତ୍ୱ କରୁଛନ୍ତି ।