ଶ୍ରୀମନ୍ଦିରରେ ଅଘଟଣ, ଭିତରକାଠ ନିକଟରେ ବାନ୍ତି କାରଣରୁ ମହାପ୍ରଭୁଙ୍କ ହେଲା ବଡ ମହାସ୍ନାନ

0

ଶ୍ରୀମନ୍ଦିରରେ ଘଟିଛି ଅଘଟଣ । ଭିତରକାଠ ନିକଟରେ ଜଣେ ଛୋଟ ପିଲା ବାନ୍ତି କରିଦେବାରୁ ମହାପ୍ରଭୁଙ୍କ ହୋଇଛି ବଡ ମହାସ୍ନାନ । ତେବେ ଏହି ସ୍ୱତନ୍ତ୍ର ମହାସ୍ନାନ ପୂଜା ପାଇଁ ନୀତିକାନ୍ତିରେ ବିଳମ୍ବ ହୋଇଛି । ଗୁରୁବାର ଭୋର୫ଟା ୩୫ରେ ଦ୍ୱାରଫିଟା ଯାଇ ନୀତିକାନ୍ତି ଚାଲିଥିଲା । ପୂର୍ବାହ୍ନ ୧୧ଟା ୪୫ରେ ସକାଳଧୂପ ସରିଥିବା ବେଳେ ଅପରାହ୍ନରେଦ୍ୱିତୀୟ ଭୋଗମଣ୍ଡପ ବଢିଥିଲା । ଏହାପରେ ଅନ୍ୟାନ୍ୟ ନୀତି ଜାରି ରହିବା ସହ ସାଧାରଣଭକ୍ତମାନେ ମହାପ୍ରଭୁଙ୍କୁ ଦର୍ଶନ କରୁଥିଲେ ।

ଏହି ସମୟରେ ଏକ ଛୋଟ ପିଲାଟିଏ ଭିତରକାଠ ନିକଟରେ ବାନ୍ତି କରିଥିଲା । ଉକ୍ତ ଘଟଣା ଜଣାପଡିଲା ପରେ ସଙ୍ଗେ ସେ ଙ୍ଗ ନୀତିକୁ ବନ୍ଦ କରାଯାଇ ବଡ ମହାସ୍ନାନ ପାଇଁ ପ୍ରକ୍ରିୟା ଆରମ୍ଭ ହୋଇଥିଲା । ରତ୍ନସିଂହାସନଠାରୁ ଜୟବିଜୟଦ୍ୱାର ପର୍ଯ୍ୟନ୍ତ ଧୂଆ ହୋଇ ଚୂନପାଣି ପଡିଥିଲା ।

ପୂଜାପଣ୍ଡା ସେବକମାନେ ମହାସ୍ନାନ ପୂଜା କରିଥିଲେ । ଅପରାହ୍ନ ୧ଟା୩୫ରେ ମହାସ୍ନାନ ନୀତି ଶେଷ ହେବା ପରେ ଅଟକି ରହିଥିବା ନୀତିଆରମ୍ଭହେବାସହଶ୍ରଦ୍ଧାଳୁମାନେ ଶ୍ରୀଜୀଉଙ୍କୁ ଦର୍ଶନ କରିବାରସୁଯୋଗପାଇଥିଲେ ।

 

 

Leave a comment