ନିକ୍ଲୋସାମାଇଡ୍ର ମାନବ ପରୀକ୍ଷଣ
ନୂଆଦିଲ୍ଲୀ (ଓଡ଼ିଶା ଫାଷ୍ଟ ବ୍ୟୁରୋ) : କରୋନା ମହାମାରୀ ବିରୋଧୀ ଲଢେଇରେ ଭାରତକୁ ଆଉଏକ ଅସ୍ତ୍ର ମିଳିବାର ସମ୍ଭାବନା ସୃଷ୍ଟି ହୋଇଛି । ଦେଶରେ ଏବେ ନିକ୍ଲୋସାମାଇଡ୍ ନାମକ ଔଷଧର କ୍ଲିନିକାଲ ପରୀକ୍ଷଣ ଆରମ୍ଭ ହୋଇଛି । ଏହି ପରୀକ୍ଷଣ ସଫଳ ହେଲେ ଏହି ଔଷଧକୁ କରୋନା ଆକ୍ରାନ୍ତଙ୍କ ଚିକିତ୍ସାରେ ବ୍ୟବହୃତ କରାଯାଇପାରିବ । ଭାରତ ସରକାରଙ୍କ ଗବେଷଣା ସଂସ୍ଥା ବୈଜ୍ଞାନିକ ଓ ଔଦ୍ୟୋଗିକ ଗବେଷଣା ପରିଷଦ (ସିଏସଆଇଆର) ପକ୍ଷରୁ ଲାକ୍ସାଇ ଲାଇଫ ସାଇନ୍ସ ପ୍ରା ଲିଃ ସହ ମିଶି ଏହି ଔଷଧର ପରୀକ୍ଷଣ କରାଯାଇଛି । ତେବେ ଏହି ଔଷଧ ଏକ ନୂଆ ଔଷଧ ନୁହେଁ, ପୂର୍ବରୁ ଏହାକୁ କୃମିର ନିଦାନ ପାଇଁ ବ୍ୟବହାର କରାଯାଉଥିଲା । ଏହାର ନିରାପତ୍ତା ମଧ୍ୟ ପୂର୍ବରୁ ପ୍ରମାଣିତ ହୋଇଛି ବୋଲି ସ୍ୱାସ୍ଥ୍ୟ ମନ୍ତ୍ରଣାଳୟ କହିଛି ।