ଆତଙ୍କବାଦୀ ଆକ୍ରମଣ କରିବାକୁ ପ୍ରସ୍ତୁତ ହେଉଛି ପାକିସ୍ତାନ
ଓଡ଼ିଶା ଫାଷ୍ଟ(ବ୍ୟୁରୋ): କାଶ୍ମୀର ପ୍ରସଙ୍ଗକୁ ନେଇ ଭାରତ ଠାରୁ ପ୍ରତିଶୋଧ ନେବାକୁ ପ୍ରସ୍ତୁତ ହେଉଛି ପାକିସ୍ତାନ । ଭାରତରେ ଆତଙ୍କବାଦୀ ଆକ୍ରମଣ କରିବାକୁ କରୁଛି ଷଡ଼ଯନ୍ତ୍ର । ଜୈସ-ଏ-ମହମ୍ମଦର ମୁଖ୍ୟ ମାସୁଦ ଅଜହର ଅନେକ ଦିନହେଲା ପାକିସ୍ତାନ ଜେଲରେ ବନ୍ଦ ଥିଲା । ମାତ୍ର ହଠାତ ତାକୁ ଜେଲରୁ ମୁକ୍ତ କରାଯାଇଛି । ଇଣ୍ଟେଲିଜେନ୍ସ ବ୍ୟୁରୋ ବା ଆଇବି ଏହାର ସୂଚନା ଦେଇ କେନ୍ଦ୍ରସରକାରଙ୍କୁ ସତର୍କ କରାଇଛି ।
ଇଣ୍ଟେଲିଜେନ୍ସ ସୂଚନା ଅନୁଯାୟୀ, ପାକିସ୍ତାନ ସିୟାଲକୋଟ – ଜମ୍ମୁ ଓ ରାଜସ୍ଥାନ ସେକ୍ଟରରେ ଗତ କିଛିଦିନ ଧରି ସେନା ଏକତ୍ରିତ କରିବାରେ ଲାଗିଛି । ଏହାସହ ଜୈସ-ଏ-ମହମ୍ମଦର ମୁଖ୍ୟ ମାସୁଦ ଅଜହର ମଧ୍ୟ ଜେଲରୁ ମୁକ୍ତ କରିଦେଇଛି । ଯାହାକି ପାକିସ୍ତାନ ପକ୍ଷରୁ ଏକ ବଡଧରଣର ଆତଙ୍କି ହମଲା ର ସୂଚନା ଦେଉଛି । ଏହି ସୂଚନା ପରେ ବିଏସଏଫ ଓ ରାଜସ୍ଥାନ ସରକାରଙ୍କୁ ସତର୍କ ରହିବାକୁ କୁହାଯାଇଛି ।