ଅକ୍ଟୋବର ୫ ଯାଏଁ ବନ୍ଦ ରହିବ ଦିଲ୍ଲୀର ସମସ୍ତ ସ୍କୁଲ
ଓଡ଼ିଶା ଫାଷ୍ଟ(ବ୍ୟୁରୋ):ଆସନ୍ତାମାସର ୫ ତାରିଖ ପର୍ଯ୍ୟନ୍ତ ସମସ୍ତ ସ୍କୁଲ ବନ୍ଦ ରହିବ। ୫ ତାରିଖ ପୂର୍ବରୁ ସ୍କୁଲ ଖୋଲିବ ନାହିଁ। ତେଣୁ ପୂର୍ବ ପରି ସମସ୍ତ କ୍ଲାସ ଅନଲାଇନରେ କରାଯିବ ବୋଲି ଜଣାପଡିଛି। ନବମରୁ ଦ୍ୱାଦଶ ପର୍ଯ୍ୟନ୍ତ ସ୍କୁଲ ଆଂଶିକ ଭାବେ ଖୋଲାଯାଉଥିବା ନେଇ ଗୁଜବ ସୃଷ୍ଟି ହେବା ପରେ ଦିଲ୍ଲୀ ସରକାରଙ୍କ ପକ୍ଷରୁ ଏହି ସ୍ପଷ୍ଟୀକରଣ ପ୍ରଦାନ କରାଯାଇଛି। ଉଲ୍ଲେଖଯୋଗ୍ୟ ଯେ, ଅନଲକ୍ ୪.୦ରେ ସେପ୍ଟେମ୍ବର ୩୦ ପରେ ସ୍କୁଲ ଖୋଲାଯାଇ ପାରିବ ଏବଂ ଛାତ୍ରଛାତ୍ରୀ ସ୍ୱଇଚ୍ଛାରେ ସ୍କୁଲ ଯାଇପାରିବେ। ଏହାକୁ ନେଇ ଗୁଜବ ସୃଷ୍ଟି ହେବା ପରେ ଦିଲ୍ଲୀ ସରକାରଙ୍କ ପକ୍ଷରୁ ଏହାକୁ ନେଇ ସ୍ପଷ୍ଟୀକରଣ ପ୍ରଦାନ କରାଯାଇଛି।