ପାକିସ୍ତାନୀ ଅଭିନେତ୍ରୀ ସନା ଜାବେଦଙ୍କୁ ବିବାହ କଲେ ସାନିଆ ମିର୍ଜାଙ୍କ ପତି ଶୋଏବ

0

ଶେଷରେ ପୂର୍ଣ୍ଣଛେଦ ପଡ଼ିଲା ଟେନିସ ତାରକା ସାନିଆ ମିର୍ଜା ଏବଂ ପାକିସ୍ତାନ ପୂର୍ବତନ କ୍ରିକେଟର ଶୋଏବ ମଲିକଙ୍କ ଅଲଗା ହୋଇଥିବା ଚର୍ଚ୍ଚା। ପାକିସ୍ତାନ ଅଭିନେତ୍ରୀ ସାନା ଜାଭେଦଙ୍କୁ ତୃତୀୟ ବିବାହ କରିଛନ୍ତି ଶୋଏବ। ନିଜ ଇନଷ୍ଟାଗ୍ରାମରେ ବିବାହ ଫଟୋ ଶେୟାର କରିଛନ୍ତି ଶୋଏବ। ଶୋଏବଙ୍କ ନୂଆ ଜୀବନସାଥୀ ବନିଥିବା ସନା ଜାଭେଦଙ୍କ ମଧ୍ୟ ଏହା ଦ୍ୱିତୀୟ ବିବାହ।

କିଛି ଦିନ ହେବ ସାନିଆ ମିର୍ଜା ଏବଂ ଶୋଏବଙ୍କ ଅଲଗା ହୋଇଯାଇଥିବା ଖବର ଖୁବ୍‌ ଚର୍ଚ୍ଚା ହେଉଥିଲା। କିନ୍ତୁ ଏନେଇ ଦମ୍ପତି କୌଣସି ପ୍ରତିକ୍ରିୟା ଦେଉନଥିଲେ।

ନିକଟରେ ସାନିଆ ମିର୍ଜା ଏକ ଦୁଃଖପୂର୍ଣ୍ଣ ପୋଷ୍ଟ ଶେୟାର କରି ଲେଖିଥିଲେ, ବିବାହ ଓ ବିଚ୍ଛେଦ ଉଭୟ ଖୁବ୍‌ କଠିନ। ଜୀବନ କେବେବି ସହଜ ନୁହେଁ। ଏହା ସବୁବେଳେ କଷ୍ଟକର। ପ୍ରଥମେ ୨୦୦୨ ମସିହାରେ ଆୟେଶା ସିଦ୍ଦିକିଙ୍କୁ ବିବାହ କରିଥିଲେ ଶୋଏବ। ତାଙ୍କୁ ଛାଡ଼ପତ୍ର ଦେବା ପରେ ୨୦୧୦ ରେ ସାନିଆ ମିର୍ଜାଙ୍କୁ ସେ ବିବାହ କରିଥିଲେ। ଇସଲାମ ଧର୍ମର ନୀତିକାନ୍ତି ଅନୁସାରେ ହାଇଦ୍ରାବାଦରେ ଉଭୟଙ୍କ ବିବାହ ସମ୍ପନ୍ନ ହୋଇଥିଲା। ୨୦୧୮ରେ ଏକ ପୁତ୍ର ସନ୍ତାନକୁ ଜନ୍ମ ଦେଇଥିଲେ ସାନିଆ। ଏବେ ତାଙ୍କ ସହ ଛାଡ଼ପତ୍ର ଖବର ନିଶ୍ଚିତ ହେବା ପୂର୍ବରୁ ପାକିସ୍ତାନୀ ଅଭିନେତ୍ରୀ ସନା ଜାଭେଦଙ୍କୁ ତୃତୀୟ ବିବାହ କରିଛନ୍ତି।

ସାନିଆ ମିର୍ଜା ଓ ଶୋଏବ ମଲିକଙ୍କ ମଧ୍ୟରେ ବିବାହ ବିଚ୍ଛେଦ ନେଇ ଗତ ଦୁଇବର୍ଷ ଧରି ଗଣମାଧ୍ୟମରେ ଚର୍ଚ୍ଚା ହେଉଥିଲା। କିନ୍ତୁ ଏହି ପ୍ରସଙ୍ଗରେ ଦୁହେଁ ନୀରବ ଥିଲେ। ହେଲେ ଗତବର୍ଷ ସୋସିଆଲ ମିଡିଆରେ ଉଭୟ ଦୁହିଁଙ୍କ ମଧ୍ୟରେ ଥିବା ସମ୍ପର୍କ ବିଷୟରେ ମତ ପରିବର୍ତ୍ତନ କରିବା ପରେ ବିବାହ ବିଚ୍ଛେଦ କଥା ଏକପ୍ରକାର ସ୍ପଷ୍ଟ ହୋଇଥିଲା। ପାକିସ୍ତାନ ମଡେଲ ଆଏଶାଙ୍କୁ ଶୋଏବ ଡେଟ୍‌ କରୁଥିବା ନେଇ ଚର୍ଚ୍ଚା ହେଉଥିବାବେଳେ ସନା ଜାଭେଦଙ୍କୁ ପୁନର୍ବିବାହ କରିଛନ୍ତି ଶୋଏବ।

Leave a comment