ଗ୍ରାହକ ବେଶରେ ଆସି ଲୁଟିନେଲେ ୧୦ ଲକ୍ଷର ସୁନା
ଓଡ଼ିଶା ଫାଷ୍ଟ(ବ୍ୟୁରୋ): ସମ୍ବଲପୁର ଜିଲା ବୈଦନାଥ ଛକ ନିକଟରେ ଥିବା ଏକ ସୁନା ଦୋକାନରେ ବଡ଼ ଧରଣର ଲୁଟ ହୋଇଛି। ବୈଦ୍ୟନାଥ ଛକ ନିକଟସ୍ତ ମୁନ୍ଦ୍ରା ଜ୍ବେଲର୍ସକୁ ଗ୍ରାହକ ବେଶରେ ଆସି ଲୁଟେରା ପାଖାପାଖି ୩୦୦ ଗ୍ରାମ ସୁନାଗହଣା ଥିବା ବାକ୍ସ ଲୁଟ କରିନେଇଥିବା ସମ୍ବଲପୁର ଟାଉନ ଥାନାରେ ଲିଖିତ ଅଭିଯୋଗ ହୋଇଛି।
ଅଭିଯୋଗ ଅନୁଯାୟୀ, ଦୁଇ ଜଣ ଅଜଣା ବ୍ୟକ୍ତି ଏକ ସ୍କୁଟିରେ ଆସି ସୁନା ଗହଣା ଦୋକାନରେ ପହଞ୍ଚିଥିଲେ । ଦୋକାନରୁ ସୁନା କିଣିବା ବାହାନାରେ ଆସି ୩୦୦ ଗ୍ରାମ ସୁନା ଥିବା ଏକ ଗହଣା ବାକ୍ସକୁ ସାଥିରେ ଧରି ଫେରାର ହୋଇଯାଇଥିଲା । ପରେ ସୁନା ଦୋକାନୀ ଜଣକ ଜାଣିବା ପରେ ସମ୍ବଲପୁର ଟାଉନ ଥାନାରେ ଲିଖିତ ଅଭିଯୋଗ କରିଛନ୍ତି । ଘଟଣାସ୍ଥଳରେ ଟାଉନ ଥାନା ପୋଲିସ ପହଞ୍ଚି ଗହଣା ଲୁଟ୍ ଘଟଣାର ତଦନ୍ତ ଆରମ୍ଭ କରିଛି । ତେବେ ଲୁଟ୍ ହୋଇଥିବା ସୁନା ଗହଣାର ଆନୁମାନିକ ମୂଲ୍ୟ ୧୦ ଲକ୍ଷ ଟଙ୍କାରୁ ଅଧିକ ହେବ ବୋଲି ସୂଚନା ମିଳିଛି ।