ଗୋଲାପରୁ ଆରମ୍ଭ ପ୍ରେମ ସପ୍ତାହ
ଓଡ଼ିଶା ଫାଷ୍ଟ(ବ୍ୟୁରୋ): ଆଜିଠୁ ଆରମ୍ଭ ହୋଇଯାଇଛି ପ୍ରେମ ସପ୍ତାହ ବା ପ୍ରେମ ଋତୁ । ଆଉ ଆଜି ହେଉଛି ଗୋଲାପ ଦିବସ । ସାରା ବିଶ୍ୱରେ ରୋଜ ଡେ ସେଲିବ୍ରେସନ ସହ ଆରମ୍ଭ ହୋଇଯିବ ପ୍ରେମ ଋତୁ। ଗୋଲାପ ହେଉଛି ପ୍ରେମର ପ୍ରତୀକ । ଆଉ ଆଜି ରୋଜ୍ ଡେ ରେ ପରସ୍ପରକୁ ଗୋଲାପ ଦେଇ ନିଜର ମନର ଭାବନା ପରିପ୍ରକାଶ କରିଥାଆନ୍ତି ପ୍ରେମୀ ଯୁଗଳ । ରୋମ୍ର ସେଣ୍ଟ ଭାଲେନଣ୍ଟାଇନଙ୍କ ବଳିଦାନ ପାଇଁ ଏହି ଦିନଟି ପାଳନ କରାଯାଏ । ଭାଲେଣ୍ଟାଇନ୍ସ ଡେ ବା ପ୍ରେମ ଦିବସ ପାଳନ ଏକ ପାଶ୍ଚାତ୍ୟ ସଂସ୍କୃତି ହୋଇଥିଲେ ବି ଆମ ଦେଶରେ ବେଶ୍ କିଛି ବର୍ଷ ହେବ ଏହାର ପ୍ରଭାବ ଦେଖିବାକୁ ମିଳୁଛି । ଗୋଲାପ ସହ ଅନ୍ୟାନ୍ୟ ଫୁଲ ଉପହାର ଦେଇ ଆଜି ନିଜ ପାର୍ଟନରଙ୍କୁ ସ୍ପେସିଆଲ୍ ଅନୁଭବ କରାଯାଏ । ଏହି ଦିନ ଫୁଲ ଜରିଆରେ ନିଜ ପାର୍ଟନରକୁ ମନର ଭାବନା ଜଣାଇବାକୁ ସୁଯୋଗ ମିଳେ। ପ୍ରେମ ସପ୍ତାହର ପ୍ରଥମ ଦିନରେ ପ୍ରେମୀ ଯୁଗଳମାନେ ଗୋଲାପ ଦେଇ ସ୍ମରଣୀୟ ମୂହୁର୍ତ୍ତକୁ ସାଉଁଟିଥାନ୍ତି । ଗୋଲାପର ରକ୍ତିମ ପାଖୁଡା ପରି ପ୍ରେମର ଗଭୀରତା ସେମିତି ଚମକୁଥାଉ ବୋଲି ପ୍ରତିଶୃତି ଦେଇଥାନ୍ତି ପ୍ରେମୀ ଯୁଗଳ ।
Rରେ ରେୟାର, Oରେ ୱ।ନସ୍, Sରେ ସପେ।ଟିଙ୍ଗ ଏବଂ Eରେ ଏଣ୍ଟାଏର ଲାଇଫ୍ ମାନେ ପୂରା ଜୀବନ ଗେ।ଟିଏ ସୁନ୍ଦର ଓ ହସକୁରା ଜୀବନ ସାଥୀ ସହିତ ବିତାଇବା ଲାଗି ଗେ।ଟିଏ ରୋଜ୍ ହିଁ ଯଥେଷ୍ଟ । କାହାର ହୃଦୟ ଜିଣିବା ଲାଗି ଏହି ଲାଲ ଗେ।ଲାପ୍ ଫୁଲ ଟିଏ ନିହାତି ଦରକାର ହୁଏ । ଏହି ଭାଲେଣ୍ଟାଇନ ଦିବସ ଆଜିର ଯୁବପିଢି ପାଇଁ ବେଶ ଖାସ ହୋଇଥାଏ । ସ୍କୁଲ କଲେଜରେ ପଢୁଥିବା ଛାତ୍ରଛାତ୍ରୀମାନେ ବେଶ ଉତ୍ସାହର ସହ ଏହି ଦିନ ଗୁଡିକୁ ନିଜ ପ୍ରିୟଜନ ପାଇଁ ସ୍ପେସିଆଲ କରିଥାନ୍ତି । ଆଜିର ଯୁବପିଢି ଏହି ଦିବସକୁ ପାଳୁଛନ୍ତି ସତ, ହେଲେ ମନ ମାଳିନ୍ୟ ହେଲେ ତାହାକୁ ଦୂର କରିବା ପରିବର୍ତ୍ତେ ମନରେ ରାଗ ରଖି ପ୍ରତିଶୋଧ ନେବାକୁ ବି ପଛାଉନାହାନ୍ତି ।
କେବଳ ଲୋକ ଦେଖାଣିଆକୁ ଭଲ ପାଇବା କହିବା ବି ଅତ୍ୟୁକ୍ତି ହେବନି । କେବେ ଦୁଃଖର ଝାଞ୍ଜି ମାଡ଼ରେ ଜୀବନ ଯନ୍ତ୍ରଣା ଦାୟକ ହୋଇଉଠେ ତ କେବେ ପୁଣି ବସନ୍ତର ମଳୟ ସ୍ପର୍ଶରେ ଶିହରୀ ଉଠେ । ସେ ଯାହା ହେଉ ନା କାହିଁକି ପ୍ରେମ ଏକ ଭାବନା, ଏକ ସମର୍ପଣ । ଜୀବନରେ ଯେତେ ଦୁଃଖ କଷ୍ଟ ଆସୁ ନା କାହିଁକି ପ୍ରେମ ଦ୍ବାରା ସମସ୍ତ ବାଧା ବିଘ୍ନକୁ ଦୂର ହେଇଯାଏ । ଏହିଦିନ କେବଳ ଆପଣ ଆପଣଙ୍କର ପୁରୁଷବନ୍ଧୁ କିମ୍ବା ମହିଳାବବନ୍ଧୁଙ୍କୁ ଗୋଲାପ ଦେଇପାରିବେ ତା’ନୁହଁ, କାରଣ ଗୋଲାପ ଫୁଲକୁ ସମସ୍ତେ କିଛି କିଛି ଖାସ୍ ଦିନରେ ବ୍ୟବହାର କରିଥାନ୍ତି । ଗୋଲାପ ଫୁଲର ସମସ୍ତ ରଙ୍ଗର କିଛି ଅଲଗା ମହତ୍ୱ ରହିଛି । ଆସନ୍ତୁ ଜାଣିବା ଗୋଲାପ ଫୁଲର ପ୍ରତ୍ୟେକ ରଙ୍ଗର କଣ ମହତ୍ୱ ରହିଛି ।