ଦୌଡ଼ରୁ ବାଦ ପଡିପାରନ୍ତି ଅନୁପ। ତୃତୀୟ ମହଲାର ଟ୍ରମ୍ପକାର୍ଡ଼ ହେବେ ପୁଷ୍ପେନ୍ଦ୍ର

0

ଓଡ଼ିଶା ଫାଷ୍ଟ(ବ୍ୟୁରୋ): ବ୍ରଜରାଜନଗର ବିଧାନସଭା ଟିକେଟ ନମିଳିବା ପରେ ଅନୁପ ସାୟଙ୍କୁ ପଶ୍ଚିମ ଓଡ଼ିଶା ବିକାଶ ପରିଷଦ ଅଧ୍ୟକ୍ଷ ପଦ ଦିଆଯାଇ ପରେ ବୋଲି ଚର୍ଚ୍ଚା ହୋଉଥିଲା । ହେଲେ ଗତସପ୍ତାହରେ ଘଟିଥିବା କେତେକ ରାଜନୈତିକ ଘଟଣା ବଳି ଅନୁପଙ୍କ ପାଇଁ ରାସ୍ତା ସହଜ ନଥିବା ମନେ ହେଉଛି । ସଦ୍ୟ ପାଟକୁରା ନିର୍ବାଚନରେ କିଛି ପଞ୍ଚାୟତର ନିର୍ଦ୍ଧିଷ୍ଟ ଦାୟିତ୍ବରେ ଥିବା ପୁଷ୍ପେନ୍ଦ୍ର କୁମାର ସିଂଦେଓଙ୍କୁ ପଶ୍ଚିମ ଓଡିଶା ବିକାଶ ପରିଷଦର ଅଧ୍ୟକ୍ଷ ପଦ ଦିଆଯାଇପାରେ । ଏନେଇ ତୃତୀୟ ମହଲାର ବାରିଷ୍ଠ ବ୍ୟକ୍ତିବିଶେଷ ମାନେ ତାଙ୍କ ସହ ଆଲୋଚନା କରିଥିବା ଜଣାପଡିଛି ।

ସୂଚନା ଅନୁଯାୟୀ, ବିଧାନସଭାରେ ବ୍ୟୟ ମଞ୍ଜୁରୀ ବିଲ ଗୃହୀତ ହେବାପରେ କେତେକ ପରିଷଦର ଅଧ୍ୟକ୍ଷଙ୍କ ନାମ ଘୋଷଣା ହେବ କାର୍ଯ୍ୟକ୍ରମ ରହିଛି । ସେହିଭଳି ଅନୁପଙ୍କୁ ମଧ୍ୟ ତୃତୀୟ ମହଲା ନିରାଶ କରିବାକୁ ଚାହୁଁନାହିଁ । ରାଜ୍ୟ ଗୃହ ନିର୍ମାଣ ସଂସ୍ଥା ଭଳି ଏକ ଲାଭଜନକ ପଦବୀରେ ତାଙ୍କୁ ଅବସ୍ଥାପିତ କରିବାକୁ ପ୍ରାଥମିକ ଆଲୋଚନା ଚାଲିଛି । ସେହିପରି ବୁଧବାର ରାତିରେ ବିଜେଡିର ଜନୈକ ବିଧାୟକଙ୍କ ବାସଭବନରେ ଏନେଇ ଆଲୋଚନା ହେବାର କାର୍ଯ୍ୟକ୍ରମ ରହିଛି ।

Leave a comment