ଏଣିକି କଏଦୀମାନେ ଫୋନ କରିବାରେ ଲାଗିବ କଟକଣା

0

ଏଣିକି କଏଦୀମାନେ ମନଇଚ୍ଛା ଫୋନ କରିପାରବେ ନାହିଁ । ଫୋନ କରିବାରେ ଲାଗିବ କଟକଣା । ସେତିକିନୁହେଁ, ଫୋନ କଲ ରେକର୍ଡ ବି ହେବ । ଜେଲ୍‌ରେ ଲାଗିବ ଅଟୋମେଟିକ୍‌ ରେଷ୍ଟ୍ରିକ୍ଟେଡ୍‌ ଟେଲିଫୋନିକ୍‌ ସିଷ୍ଟମ୍‌ । ଏଣିକି ଧରାପଡିଯିବ କଏଦୀଙ୍କ ଅପରାଧିକ କାର୍ଯ୍ୟ । ଜେଲରେ ରହି ବାହାରେ ଆଉ କଏଦୀମାନେ ଚଳାଇ ପାରିବେନି ସେମାନଙ୍କର ଅପରାଧିକ ସାମ୍ରାଜ୍ୟ ।

ଏହି ଅଟୋମେଟିକ୍‌ ରେଷ୍ଟ୍ରିକ୍ଟେଡ୍‌ ଟେଲିଫୋନିକ୍‌ ସିଷ୍ଟମ୍‌ ପ୍ରଥମେ ଝାରପଡା ଏବଂ କଟକ ଚୌଦ୍ୱାର ଜେଲରେ ଲାଗିବ । ଏବେ ପ୍ରତ୍ୟେକ ଜେଲରେ ୩ରୁ ୪ଟି ଲେଖାଏ ଲ୍ୟାଣ୍ଡଫୋନ୍‌ ରହିଛି । କଏଦୀମାନେ ଚାହିଁଲେ ଅଳ୍ପ ସମୟ କାହାକୁ ଫୋନ୍‌ କରିପାରିବେ । ହେଲେ ଏହାର ଦୁରୁପଯୋଗ କରି ଦୁର୍ଦ୍ଦାନ୍ତ ଅପରାଧୀମାନେ ଘଣ୍ଟା ଘଣ୍ଟା ଧରି ଫୋନକରି ବାହାରେ ସେମାନଙ୍କ ଅପରାଧିକ ସାମ୍ରାଜ୍ୟ ଚଲାଉଛନ୍ତି । ତେଣୁ ଏହାକୁ ନିୟନ୍ତ୍ରଣ କରିବା ପାଇଁ ଏପରି ବ୍ୟବସ୍ଥା କରାଯାଉଛି ବୋଲି ସୂଚନା ମିଳିଛି ।

ନୂଆ ନିୟମ ଅନୁଯାୟୀ, ଜେଲ କର୍ମଚାରୀ ଫୋନ ଲଗାଇ କଏଦୀଙ୍କୁ ଦେବେ ଏବଂ ନିର୍ଦ୍ଧାରିତ ସମୟରେ ଫୋନ ଆପେ ଆପେ କଟିଯିବ । ତା’ଛଡା କଏଦୀ ଜଣଙ୍କ କ’ଣ କଥା ହେଲେ ତାହା ରେକର୍ଡ ହୋଇରହିବ । ଏହାଦ୍ୱାରା କଏଦୀଙ୍କ କାର୍ଯ୍ୟକଳାପ ଉପରେ ନଜର ରଖାଯାଇପାରିବ ବୋଲି ଜେଲ୍‌ ବିଭାଗ ସୂଚନା ଦେଇଛି ।

Leave a comment