କରୋନା ପାଇଁ ବିବାହ ବାତିଲ୍‌ କଲେ ନ୍ୟୁଜିଲାଣ୍ଡ ପ୍ରଧାନମନ୍ତ୍ରୀ

0

ଓଡ଼ିଶା ଫାଷ୍ଟ(ବ୍ୟୁରୋ): କରୋନା ମହାମାରୀ ପାଇଁ ନ୍ୟୁଜିଲାଣ୍ଡର ପ୍ରଧାନମନ୍ତ୍ରୀ ଜେସିଂଣ୍ଡା ଅର୍ଡନ୍‌ ନିଜର ବିବାହ ବାତିଲ କରିଛନ୍ତି । ଆଜି ଜେସିଂଣ୍ଡା ଏକ ସାମ୍ବାଦିକ ସମ୍ମିଳନୀରେ ଏହି ସୂଚନା ଦେଇଛନ୍ତି। ଜେସିଂଣ୍ଡା କହିଛନ୍ତି ଯେ, ସବୁଠୁ ମୁଲ୍ୟବାନ ଜୀବନ। ଅଧିକ କଷ୍ଟ ଲାଗେ ଯେତେବେଳେ ଆମ ପ୍ରିୟଜନ କେହି ଗୁରୁତର ହୋଇପଡେ। କରୋନା ସାଧାରଣ ଲୋକଙ୍କୁ ଯେତିକି ବ୍ୟଥିତ କରିଛି ମତେ ମଧ୍ୟ ସେତିକି ଚିନ୍ତାରେ ପକାଇଦେଇଛି । ନ୍ୟୁଜିଲାଣ୍ଡରର ଦକ୍ଷିଣୀ ଦୀପରେ କରୋଣା ସଂକ୍ରମଣକୁ ଦୃଷ୍ଟିରେ ରଖି ରବିବାର ମଧ୍ୟରାତ୍ରରୁ କଟକଣାକୁ କଡାକଡି କରାଯାଇଛି। ଲୋକଙ୍କୁ ମାସ୍କ ପିନ୍ଧିବା ବାଧ୍ୟତାମୂଳକ କରାଯାଇଛି। ସେଥିପାଇଁ ବିଭିନ୍ନ ସମାରୋହରେ ସାମିଲ୍‌ ହେଉଥିବା ଲୋକଙ୍କ ସଂଖ୍ୟା ମଧ୍ୟ କମ୍‌ କରାଯାଇଛି।

Leave a comment