ପଖାଳ।ଓଡ଼ିଆ ସଂସ୍କୃତି ପରମ୍ପରା ଏକ ଅଭିନ୍ନ ଅଙ୍ଗ

0

ଓଡ଼ିଶା ଫାଷ୍ଟ(ବ୍ୟୁରୋ): ପ୍ରତେକ ଓଡ଼ିଆଙ୍କ ପ୍ରଥମ ପସନ୍ଦ ପଖାଳ।ଓଡ଼ିଆ ସଂସ୍କୃତି ପରମ୍ପରା ଏକ ଅଭିନ୍ନ ଅଙ୍ଗ ଓ ପ୍ରତି ଓଡ଼ିଆଙ୍କ ଅତି ପ୍ରିୟ ହେଉଛି ପଖାଳ। ଖରାଦିନ ଆସିଗଲେ ଓଡ଼ିଆ ମନ ଖୋଜେ ପଖାଳ। ଆଉ କିଛି ଖାଇଲେ ହୁଏତ ପେଟ ପୂରିଯିବ କିନ୍ତୁ ମନ ଭରିବ ତ ପଖାଳ ଖାଇଲେ। କେବଳ ରାଜ୍ୟ କାହିଁକି ରାଜ୍ୟ ବାହାରେ ରହୁଥିବା ପ୍ରତି ଓଡ଼ିଆଙ୍କ ପ୍ରିୟ ହେଉଛି ପଖାଳ । ଓଡ଼ିଶା ଓ ଓଡ଼ିଆଙ୍କ ଖାଦ୍ୟରୁଚି ତାଲିକାରେ ପଖାଳର ସ୍ଥାନ ସ୍ୱତନ୍ତ୍ର। ଆଉ ଏହି ଓଡ଼ିଆଙ୍କ ପ୍ରିୟ ବ୍ୟାଞ୍ଜନକୁ ସାରା ବିଶ୍ୱର କୋଣଅନୁକୋଣନରେ ଲୋକପ୍ରିୟ କରାଇବାକୁ ମାର୍ଚ୍ଚ ୨୦ ତାରିଖକୁ ଆର୍ଥାତ ଆଜି ଦିନଟିକୁ ’ବିଶ୍ୱ ପଖାଳ ଦିବସ’ ଭାବେ ପାଳନ କରାଯାଉଛି ।
ପୂର୍ବରୁ ପଖାଳ କେବଳ ଗରିବଙ୍କ ମଧ୍ୟରେ ସୀମିତ ଥିଲା ହେଲେ ଏବେ ଏହାର ପରିଚୟ ବଦଳିଛି । ଆଧୁନିକ ତା’ର ଖୋଳପାରେ ପଖାଳ ଏବେ ସବୁ ବର୍ଗର ଲୋକଙ୍କ ପସନ୍ଦର ବ୍ୟଞ୍ଜନ ପାଲଟିଛି । ଗରିବ ଘର ସମେତ ସମ୍ଭ୍ରାନ୍ତ ଘରର ଡାଇନିଂ ଟେବୁଲ ଓ ତାରକା ହୋଟେଲର ମେନ୍ୟୁରେ ପଖାଳର ଚାହିଦା ରହିଛି ।

Leave a comment