ବ୍ୟାଙ୍କ୍‌ ମ୍ୟାନେଜର କହି ଠକୁଥିଲେ: ୨ ଗିରଫ

0

୧ଲକ୍ଷ ୯ ହଜାର ଟଙ୍କା, ଫୋନ୍‌, ଗାଡ଼ି ଜବତ
କଟକ,(ଓଡ଼ିଶା ଫାଷ୍ଟ ବ୍ୟୁରୋ):ନିଜକୁ ବ୍ୟାଙ୍କ ମ୍ୟାନେଜର ପରିଚୟ ଦେଇ ଟଙ୍କା ଠକିବା ଘଟଣାରେ ଚାଉଳିଆଗ ଥାନା ପୁଲିସ ୨ ସାଇବର ଲୁଟେରାଙ୍କୁ ଗିରଫ କରିଛି । ଅଭିଯୁକ୍ତ ଦ୍ୱୟ ହେଲେ ଜଗତସିଂହପୁରର ତନ୍ମୟ ବେହେରା ଏବଂ ପୁରୀର ସୁପ୍ରଭାତ ମହାପାତ୍ର । ସେମାନଙ୍କଠାରୁ ୧ ଲକ୍ଷ ୯ ହଜାର ଟଙ୍କା, ଏକ ଗାଡି, ମୋବାଇଲ ଏବଂ କେତେକ ସିମ୍‌ ଜବତ କରିଛି ପୁଲିସ । ଦୁହେଁ ପେସାଦାର ସାଇବର ସାଇବର ଲୁଟେରା ବୋଲି କଟକ ଡିସିପି ପ୍ରତୀକ ସିଂହ କହିଛନ୍ତି । ଅଭିଯୁକ୍ତ ମଧ୍ୟରୁ ଜଣେ ନିଜକୁ ବ୍ୟାଙ୍କ ମ୍ୟାନେଜର ପରିଚୟ ଦେଇ ଚେକ୍‌ କ୍ଲିୟରାନ୍ସ କରିବା ଆଳ ଦେଖାଇ ନୂଆବଜାର ଅଞ୍ଚଳର ଜଣେ ବ୍ୟକ୍ତିଙ୍କୁ ଫୋନ୍‌ କରିଥିଲେ । ବ୍ୟାଙ୍କର ଏକ ଚେକ୍‌ ଲାଗିଛି । ଆପଣଙ୍କ ଆକାଉଣ୍ଟରେ ଟଙ୍କା ନାହିଁ । ତୁରନ୍ତ ୪୫ ହଜାର ଟଙ୍କା ଡିପୋଜିଟ୍‌ କର ବୋଲି କହିଥିଲେ । ଏହାଶୁଣି ଉକ୍ତ ବ୍ୟକ୍ତି ଜଣଙ୍କ ଫୋନପେ ଜରିଆରେ ୨ ଥରରେ ୪୫ ହଜାର ଟଙ୍କା ପଠାଇଥିଲେ । ମାତ୍ର ପରେ ଚେକ୍‌ କ୍ଲିୟରାନ୍ସ ନେଇ କୌଣସି ମେସେଜ୍‌ ନ ଆସିବାରୁ ସେ ଠକ ହାବୁଡ଼ରେ ପଡିଛନ୍ତି ଜାଣିପାରେ ଥାନାରେ ଏତଲା ଦେଇଥିଲେ । ପୁଲିସ ଘଟଣାର ତଦନ୍ତ କରି ଅଭିଯୁକ୍ତଙ୍କୁ ଗିରଫ କରିଥିଲା ।

Leave a comment