ବହୁ ଚର୍ଚ୍ଚିତ ସିସୋର ଚିଟଫଣ୍ଡ ଠକେଇ ମାମଲା, ଦୀର୍ଘ ୯ ବର୍ଷ ପରେ ପୂର୍ବତନ ବିଧାୟକ ପ୍ରଭାତ ବିଶ୍ଵାଳ ଓ ପତ୍ନୀଙ୍କ ନାଁରେ ଚାର୍ଜଫ୍ରେମ

0

ବଢ଼ିଲା ପୂର୍ବତନ ବିଧାୟକ ତଥା ବିଜେଡି ନେତା ପ୍ରଭାତ ବିଶ୍ଵାଳଙ୍କ ଅଡ଼ୁଆ। ବହୁ ଚର୍ଚ୍ଚିତ ସିସୋର ଚିଟଫଣ୍ଡ ଠକେଇ ମାମଲାର ଦୀର୍ଘ ୯ ବର୍ଷ ପରେ ହେଲା ଚାର୍ଜଫ୍ରେମ । ଭୁବନେଶ୍ୱରର ସ୍ୱତନ୍ତ୍ର ସିବିଆଇ ୧ କୋର୍ଟରେ ୯ ବର୍ଷ ପରେ ଚାର୍ଜଫ୍ରେମ ହୋଇଛି । କଟକ-ଚୌଦ୍ୱାରର ପୂର୍ବତନ ବିଧାୟକ ପ୍ରଭାତ ବିଶ୍ଵାଳ ଓ ପତ୍ନୀ ଲକ୍ଷ୍ମୀ ବିଳାସିନୀ ବିଶ୍ଵାଳଙ୍କ ନାଁରେ ଚାର୍ଜଫ୍ରେମ ହୋଇଛି । ବେଆଇନ ଅର୍ଥ କାରବାର ମାମଲାରେ ଚାର୍ଜଫ୍ରେମ ହୋଇଛି । ଦଫା ୪୨୦, ୧୨୦ ବି, ୪୦୯, ୪୬୭, ୪୬୮ ଓ ୪୭୧ରେ ଚାର୍ଜଫ୍ରେମ ହୋଇଛି ।

Leave a comment