ମୋଦି ସରକାରରେ ଗୃହୀତ ହୋଇଥିବା ଐତିହାସିକ ବିଲ୍ ଦ୍ୱାରା ଭାରତ ନୂଆ ଗ୍ଲୋବାଲ ବେଞ୍ଚମାର୍କ ତିଆରି କରିଛି: ଧର୍ମେନ୍ଦ୍ର ପ୍ରଧାନ
ଭୁବନେଶ୍ୱର(ଓଡିଶା ଫାଷ୍ଟ ବ୍ୟୁରୋ): ମହିଳା କଲ୍ୟାଣକାରୀ ଯୋଜନା କ୍ରିୟାନ୍ୱୟନ ହୋଇଛି । ସ୍ୱଚ୍ଛ ଭାରତ ଯୋଜନାରେ ଶୌଚାଳୟ, ପିଏମ ଆବାସରେ ଘର, ଉଜ୍ଜ୍ୱଳା ଯୋଜନାରେ ଗ୍ୟାସ, ଜନଧନ, ମୁଦ୍ରା ଲୋନ, ଓଡ଼ିଶାରେ ଏସଏଚଜି ମାନଙ୍କୁ ଅଗ୍ରାଧିକାର ଭିତ୍ତିରେ କମ ସୁଧରେ ଋଣ ଉପଲବ୍ଧ କରାଯିବାର ବ୍ୟବସ୍ଥା ମହିଳାଙ୍କ ସମ୍ମାନକୁ ବଢାଇଛି । ଦେଶର ଏସଏଚଜି ସହ ସଂଶ୍ଲିଷ୍ଟ ମହିଳାଙ୍କୁ ଲକ୍ଷପତି ଦିଦି ବନାଇବା ପାଇଁ କହିଛନ୍ତି ।

ମୟୂରଭଞ୍ଜ ଜିଲ୍ଲା ରାଇରଙ୍ଗପୁର ଉପରବେଢାର ଅଖ୍ୟାତ ପଲ୍ଲୀରୁ ଶ୍ରୀମତୀ ଦ୍ରୌପଦୀ ମୁର୍ମୁଙ୍କ ଭଳି ଜନଜାତି ସମ୍ପ୍ରଦାୟର ନେତ୍ରୀଙ୍କୁ ମାନ୍ୟବର ରାଷ୍ଟ୍ରପତି ପଦବୀରେ ପ୍ରତିଷ୍ଠିତ କରାଇଛନ୍ତି । ମୋଦି ଅଛନ୍ତି ତ ସବୁ ସମ୍ଭବ । ମହାପ୍ରଭୁ ଶ୍ରୀଜଗନ୍ନାଥ, ପ୍ରଭୁ ବଳଭଦ୍ର, ମାଆ ସୁଭଦ୍ରା, ମାଆ ଲକ୍ଷ୍ମୀ, ବିମଳା, ମଙ୍ଗଳା ଓ ମାଆ ସମଲେଶ୍ୱରୀଙ୍କ ପାଖରେ ପ୍ରାର୍ଥନା ଯେ, ସେ ମୋଦିଜୀଙ୍କୁ ଦୀର୍ଘାୟୁ କରନ୍ତୁ । ସେ ଭଳି ସୁପୁତ୍ର ବାରମ୍ବାର ଭାରତର ମାତାର ସେବା କରିବା ପାଇଁ ଜନ୍ମ ନିଅନ୍ତୁ । ଏହା ଦ୍ୱାରା ଭାରତ ଆଗକୁ ବଢିବ ବୋଲି କେନ୍ଦ୍ରମନ୍ତ୍ରୀ ଶ୍ରୀ ପ୍ରଧାନ କହିଛନ୍ତି।
ଆଜି ମୋଦି ସରକାରରେ ଗୃହୀତ ହୋଇଥିବା ଏହି ଐତିହାସିକ ବିଲ୍ ଦ୍ୱାରା ଭାରତ ନୂଆ ଗ୍ଲୋବାଲ ବେଞ୍ଚମାର୍କ ତିଆରି କରିଛି । ବିଗତ ଶତାବ୍ଦୀର ଭାରତର ଅନେକ ଗୁଡିଏ ଘଟଣା ହୋଇଛି । ଭାରତର ମହିଳା ମାନଙ୍କର ଅଧିକାରକୁ ଲମ୍ବା ସମୟ ଅଣଦେଖା କରାଯାଇପାରିବ ନାହିଁ । ଏହି ନିଷ୍ପତିକୁ ନେଇ ସାରା ଦେଶ ଆଜି ଉତ୍ସବ ଭାବରେ ପାଳନ କରିବା ଦରକାର । ଯେତେବେଳେ ଆମ ଦେଶ ଭାରତ ବିଶ୍ୱର ବହୁ ପୁରାତନ ଗଣତନ୍ତ୍ରର ମାନ୍ୟତା ପାଇଛି, ଭାରତର ନେତୃତ୍ୱକୁ ବୈଶ୍ୱିକ ସ୍ୱୀକୃତି ମିଳିଛି ସେଭଳି ଏକ ଶୁଭ ମୁହୂର୍ତ୍ତରେ ଭାରତ ତା’ର ୫୦ ଭାଗ ଜନସଂଖ୍ୟା ତଥା ମାତୃଶକ୍ତି ପାଇଁ ଏକ ଐତିହାସିକ ପଦକ୍ଷେପ ନେବା ଅତ୍ୟନ୍ତ ଗୌରବର ବିଷୟ ବୋଲି କେନ୍ଦ୍ରମନ୍ତ୍ରୀ କହିଛନ୍ତି ।