ଆଜିଠୁ ମାଟ୍ରିକ୍ ସପ୍ଲିମେଣ୍ଟାରୀ ପରୀକ୍ଷା
ଆଜିଠାରୁ ମାଟ୍ରିକ୍ ସପ୍ଲିମେଣ୍ଟାରୀ ଏବଂ ଷ୍ଟେଟ୍ ଓପନ୍ ସ୍କୁଲ୍ ସାର୍ଟିଫିକେଟ୍ ପରୀକ୍ଷା । ମାଧ୍ୟମିକ ଶିକ୍ଷା ପରିଷଦ ପରିଚାଳନା କରୁଥିବା ଏହି ପରୀକ୍ଷା ଆସନ୍ତା ୮ତାରିଖ ପର୍ଯ୍ୟନ୍ତ ଚାଲିବ ।
ଖବର ଅନୁଯାୟୀ, ଦୁଇଟି ଯାକ ପରୀକ୍ଷାରେ ପ୍ରାୟ ୧୦ହଜାର ପରୀକ୍ଷାର୍ଥୀ ଅଛନ୍ତି । ଏଭିତରୁ ମାଟ୍ରିକ୍ ସପ୍ଲିମେଣ୍ଟାରୀ ପରୀକ୍ଷାର୍ଥୀଙ୍କ ସଂଖ୍ୟା ମାତ୍ର ୧୧ଶହ । ଦୁଇଟି ଯାକ ପରୀକ୍ଷା ପାଇଁ ୩୦ ଜିଲ୍ଲାରେ ୮୦ଟି ସେଣ୍ଟର କରାଯାଇଛି । ପରୀକ୍ଷା ପରିଚାଳନାରେ ଅନିୟମିତତା ରୋକିବାକୁ ମାଧ୍ୟମିକ ଶିକ୍ଷା ପରିଷଦ ୧୫ଟି ସ୍କ୍ବାଡ୍ ଗଠନ କରିଛି । ସେହିପରି ଜିଲ୍ଲା ସ୍ତରରେ ଡିଇଓ ମାନେ ପୃଥକ ସ୍କ୍ବାଡ୍ ଗଠନ କରିଛନ୍ତି।