କରୋନାର ମୁକାବିଲା ପାଇଁ ଓଡିଶା ପ୍ରସ୍ତୁତ ରହିଛି- ନିକୁଞ୍ଜ ଧଳ
ଓଡ଼ିଶା ଫାଷ୍ଟ(ବ୍ୟୁରୋ):“କରୋନା’ ଭାଇରସ ମୁକାବିଲା କରିବା ପାଇଁ ଭୁବନେଶ୍ୱରେ “କରୋନା’ ସମ୍ପର୍କିତ ଉଚ୍ଚସ୍ତରୀୟ ବୈଠକ ହୋଇଛି । କରୋନା ମୁକାବିଲା ପ୍ରସ୍ତୁତ ଥିବା ସ୍ୱାସ୍ଥ୍ୟ ସଚିବ ନିକୁଞ୍ଜ ଧଳ ପ୍ରତିକ୍ରିୟା ଦେଇଛନ୍ତି ବର୍ତ୍ତମାନ ସୁଦ୍ଧା କୌଣସି ଭାରତୀୟ ଏହି ଭୂତାଣୁ ଦ୍ୱାରା ଆକ୍ରାନ୍ତ ହୋଇନଥିଲେ ମଧ୍ୟ ସାରା ବିଶ୍ୱରେ ଦେଖାଦେଇଥିବା ପରିସ୍ଥିତିକୁ ନଜରରେ ରଖି ଭାରତ ସରକାର ଓ ରାଜ୍ୟ ସରକାର ମଧ୍ୟ ପ୍ରସ୍ତୁତି ଆରମ୍ଭ କରିଲେଣି । ରାଜ୍ୟ ସ୍ୱାସ୍ଥ୍ୟ ସଚିବ ନିକୁଞ୍ଜ ଧଳଙ୍କ ଅଧ୍ୟକ୍ଷତାରେ ଭୁବନେଶ୍ୱରେ “କରୋନା’ ସମ୍ପର୍କିତ ଉଚ୍ଚସ୍ତରୀୟ ବୈଠକ ବସିଥିଲା । ୩୦ଟି ଜିଲ୍ଲାର ମେଡିକାଲ ଅଧୀକ୍ଷକ, ହସ୍ପିଟାଲ ମ୍ୟାନେଜରଙ୍କୁ ନେଇ ଏହି ବୈଠକ ବସିଥିଲା । ଭୁବନେଶ୍ୱରରେ ଯାଞ୍ଚ ଚାଲିଛି । ଭୁବନେଶ୍ୱର ଏୟାରପୋର୍ଟରେ ସ୍କିନିଂ ମେସିନ ଓ ଅଥୋରିଟି ମେସିନ ଲଗାଇବାକୁ କୁହାଯାଇଛି । ଯାହା ଫଳରେ “କରୋନା’ ଭାଇରସ୍ ସହଜରେ ଡିଟେକ୍ଟ ହୋଇପାରିବ । କରୋନା ମୁକାବିଲା ପାଇଁ ଆମେ ସମ୍ପୂର୍ଣ୍ଣ ପ୍ରସ୍ତୁତ ଥିବା ସ୍ୱାସ୍ଥ୍ୟ ସଚିବ ପ୍ରତିକ୍ରିୟା ଦେଇଛନ୍ତି ।
କଟକ ବଡ଼ ମେଡ଼ିକାଲରେ “କରୋନା’ ଭାଇରସ୍ ଚିହ୍ନଟ ରୋଗୀଙ୍କ ପାଇଁ ୮ଟି ଆଇ ସି ୟୁ ବେଡ଼ ସମେତ ୪୦ ସାଧାରଣ ବେଡ ରହିଛି । ତେବେ ବର୍ତମାନ ସୁଦ୍ଧା ଏସ ସି ବି ରେ କୌଣସି ରୋଗୀ ଚିହ୍ନଟ ହୋଇନାହାନ୍ତି । ସେହିପରି କରୋନା ପାଇଁ କ୍ୟାପିଟାଲ ହସ୍ପିଟାଲରେ ସ୍ୱତନ୍ତ୍ର ଆଉଟଡୋର ଖୋଲାଯାଇଛି। ଟିବି ଓ ଛାତି ରୋଗ ବିଶେସଂଜ୍ଞା ଡାକ୍ତର ସୁଦାମ ସାହୁ ନୋଡ଼ାଲ ଅଧିକାରୀ ଭାବେ ନିୟୋଜିତ ହୋଇଛନ୍ତି। କ୍ୟାପିଟାଲ ହସପିଟାଲର ଏକ ଡାକ୍ତରୀ ଟିମ ନିୟୋଜିତ ହୋଇଛନ୍ତି। ଟିମରେ ଅଛନ୍ତି ୩ ଜଣ ବିଶେଷଜ୍ଞ ଡାକ୍ତର। ଅପରପକ୍ଷରେ ବିଶେଷ କରି କ୍ଵାଲାଲମପୁରରୁ ଭୁବନେଶ୍ୱର ଆସୁଥିବା ବିମାନ ଉପରେ ନଜର ରଖାଯାଇଛି। ଥର୍ମାଲ ସ୍କାନରରେ ସମସ୍ତ ଯାତ୍ରୀ ଙ୍କୁ ଚେକିଂ କରାଯାଉଛି। ବିମାନବନ୍ଦର ପରିସରରେ ଏକ ସ୍ଵତନ୍ତ୍ର ୨୪ ଘଣ୍ଟିଆ ଗଓ ମେଡ଼ିକାଲ ଇନସପେକ୍ସନ ରୁମ ଖୋଲାଯାଇଛି। ଯେଉଁ ଯାତ୍ରୀଙ୍କଠାରେ ଥଣ୍ଡା, କାସ, ଛିଙ୍କ ଲକ୍ଷଣ ଦେଖାଯାଉଛି ସେମାନଙ୍କୁ ଅଗ୍ରାଧିକାର ଭିତ୍ତିରେ ଚିକିତ୍ସା କରାଯାଉଛି।