ପଶ୍ଚିମବଙ୍ଗରେ ଏନଏଚଆରସି ଟିମ୍
ଓଡ଼ିଶାଫାଷ୍ଟ (ବ୍ୟୁରୋ): ନିର୍ବାଚନ ପରବର୍ତ୍ତୀ ସ୍ଥିତି ଅନୁଧ୍ୟାନ କରିବାକୁ କୋଲକାତା ହାଇକୋର୍ଟଙ୍କ ନିର୍ଦ୍ଦେଶକ୍ରମେ ଜାତୀୟ ମାନବାଧିକାର କମିଶନ (ଏନଏଚଆରସି) ଟିମ ଇତିମଧ୍ୟରେ ପଶ୍ଚିମବଙ୍ଗରେ ପହଞ୍ଚିଛନ୍ତି । କମିଶନ ସଦସ୍ୟ ରାଜୀବ ଜୈନଙ୍କ ଅଧ୍ୟକ୍ଷତାରେ ଗଠିତ ସାତଜଣିଆ ଦଳ ଇତିମଧ୍ୟରେ କୋଲକାତା, ସିତଲକୁଛି, କୁଚବିହାର ଅଞ୍ଚଳ ପରିଦର୍ଶନ କରି ଦଙ୍ଗା ପ୍ରଭାବିତ ଲୋକଙ୍କୁ ଭେଟିଛନ୍ତି । ନିର୍ବାଚନୀ ହିଂସାରେ କ୍ଷତିଗ୍ରସ୍ତ ହୋଇଥିବା ବିଜେପି ନେତା, କର୍ମୀଙ୍କ ବୟାନକୁ ମଧ୍ୟ ରେକର୍ଡ କରାଯାଇଛି । ଏହି ହିଂସା ପଛରେ କ୍ଷମତାସୀନ ତୃଣମୂଳ କଂଗ୍ରେସ କର୍ମୀଙ୍କ ହାତ ରହିଥିବା ବିଜେପି ଅଭିଯୋଗ କରିଛି ।