ଆରବ ସାଗରରେ ଜରୁରୀ ଅବତରଣ କଲା ନୌସେନା ହେଲିକପ୍ଟର

0

ଭାରତୀୟ ନୌସେନାର ହେଲିକପ୍ଟର ମୁମ୍ବାଇ ଉପକୂଳଠାରୁ ଦୂର ଆରବ ସାଗର ନିକଟରେ ଏକ ଦୁର୍ଘଟଣାର ଶିକାର ହୋଇଛି। ଚାଳକ ଦଳର ତିନି ଜଣ ସଦସ୍ୟଙ୍କୁ ଉଦ୍ଧାର କରାଯାଇଛି। ଭାରତୀୟ ନୌସେନା ମୁତାବକ, ଭାରତୀୟ ନୌସେନା ଆଡଭାନ୍ସ ଲାଇଟ୍ ହେଲିକପ୍ଟର (ALH) ମୁମ୍ବାଇରୁ ନିୟମିତ ଉଡ଼ାଣ ଭରିଥିଲା। ଏହି ସମୟରେ ଏହା ଉପକୂଳ ନିକଟରେ ଏକ ଦୁର୍ଘଟଣାର ସମ୍ମୁଖୀନ ହୋଇଥିଲା।

ତୁରନ୍ତ ଅନୁସନ୍ଧାନ ଏବଂ ଉଦ୍ଧାର ଅଭିଯାନ ଯୋଗୁ ନୌସେନାର ପାଟ୍ରୋଲିଂ ଜାହାଜ ଚାଳକ ଦଳର ତିନି ସଦସ୍ୟଙ୍କୁ ସୁରକ୍ଷିତ ଉଦ୍ଧାର କରି ନେଇଥିଲେ। ଘଟଣାର ତଦନ୍ତ ନିର୍ଦ୍ଦେଶ ଦିଆଯାଇଛି।

Leave a comment