ଗିରଫ ହେଲେ ମନ୍ତ୍ରୀ ବଦ୍ରି ପାତ୍ରଙ୍କ ପୁଅ
ଓଡ଼ିଶା ଫାଷ୍ଟ(ବ୍ୟୁରୋ): ରାଜ୍ୟ ସ୍କୁଲ ଓ ଗଣଶିକ୍ଷା ମନ୍ତ୍ରୀ ବଦ୍ରିନାରାୟଣ ପାତ୍ରଙ୍କ ପୁଅ ଦେବାଶିଷ ପାତ୍ରଙ୍କୁ ଗିରଫ କରିଛି ପୋଲିସ । ଗତକାଲି ରାତି ପ୍ରାୟ ୯.୩୦ ମିନିଟରେ ମଙ୍ଗୁଳି ଟୋଲ ଗେଟ୍ ନିକଟରେ ଦେବାଶିଷଙ୍କୁ ଗିରଫ କରାଯାଇଛି। କାର୍ଯ୍ୟରତ ପୁଲିସ ଅଧିକାରୀଙ୍କୁ ମାଡ଼ ମାରିବା ଅଭିଯୋଗରେ ଦେବାଶିଷଙ୍କୁ ଗିରଫ କରାଯାଇଛି।
ସୂଚନା ଅନୁଯାୟୀ, ବିଭିନ୍ନ କାର୍ଯ୍ୟକଳାପରୁ ଗଣଶିକ୍ଷା ମନ୍ତ୍ରୀ ବଦ୍ରିନାରାୟଣ ପାତ୍ରଙ୍କ ପୁଅ ଦେବାଶିଷ କେନ୍ଦୁଝର ଜିଲ୍ଲାରେ ସର୍ବଦା ଚର୍ଚ୍ଚାରେ ରହୁଥିବା ବେଳେ, ଗତ ୬ ତାରିଖରେ ଘସିପୁରା ଉପାଧ୍ୟକ୍ଷ ଙ୍କୁ ସିଏ ଏବଂ ତାଙ୍କର ସମର୍ଥକ ରାସ୍ତାରେ ଗୋଡ଼ାଇ ମାରିବା ଅଭିଯୋଗ ହୋଇଥିଲା । କିନ୍ତୁ କେନ୍ଦୁଝର ଏସପି ଅଭିଯୁକ୍ତଙ୍କ ଉପରେ କାର୍ଯ୍ୟାନୁଷ୍ଠାନ ପାଇଁ ନିର୍ଦ୍ଦେଶ ଦେଇଥିଲେ ମଧ୍ୟ ଘଷିପୁରା ପୋଲିସ କାର୍ଯ୍ୟାନୁଷ୍ଠାନ ନେବା ପାଇଁ ଟାଳଟୁଳ ନୀତି ଅବଲମ୍ବନ କରିଥିଲା । ଏହାକୁ ନେଇ ବିଧାୟକ ଘଷିପୁରା ବନ୍ଦ ଡାକରା ଦେଇଥିଲା ବେଳେ ଗତକାଲି ତାଙ୍କୁ ବଡଚଣା ଅଞ୍ଚଳରୁ ଗିରଫ କରାଯାଇଛି । ଅଭିଯୋଗ ଅନୁଯାୟୀ ସନା ମହାକୁଡ଼ ସମର୍ଥକଙ୍କୁ ଆକ୍ରମଣ ଏବଂ ରାମଚନ୍ଦ୍ର ପୁର ଥାନାରେ ପଶି ପୋଲିସ କୁ ଆକ୍ରମଣ କରି ଅଭିଯୁକ୍ତଙ୍କୁ ଛଡାଇ ନେବା ଭଳି ସଙ୍ଗୀନ ଅଭିଯୋଗ ଆସିଛି ଦେବାଶିଷଙ୍କ ନାଁରେ ।