୧୫ ଦିନ ଘୁଞ୍ଚଲା ଏମବିବିଏସ୍ ଅଫଲାଇନ ପରୀକ୍ଷା

0

ଓଡ଼ିଶା ଫାଷ୍ଟ(ବ୍ୟୁରୋ): ୨୪ ଘଣ୍ଟାରେ ରାଜ୍ୟରେ ୧୦ ହଜାର ୨୭୩ କରୋନା ଆକ୍ରାନ୍ତ ସଂଖ୍ୟା ଚିହ୍ନଟ ହୋଇଛନ୍ତି । କରୋନା ସଂକ୍ରମଣକୁ ଦୃଷ୍ଟିରେ ରଖି ବୁର୍ଲା ଭିମସାର କର୍ତ୍ତୁପକ୍ଷ ବଡ଼ ନିଷ୍ପତ୍ତି ନେଇଛି । ଭିମିସାରରେ ଘୁଞ୍ଚିଛି ଏମବିବିଏସ୍ ପରୀକ୍ଷା ।

ଆସନ୍ତା ୧୫ ଦିନ ପାଇଁ ଏମବିବିଏସ୍ ଅଫଲାଇନ ପରୀକ୍ଷାକୁ ଘୁଞ୍ଚାଇ ଦିଆଯାଇଛି । ଭିମସାରରେ ଅନେକ ଛାତ୍ରଛାତ୍ରୀ ଓ କିଛି ଡାକ୍ତର ମଧ୍ୟ କରୋନା ପଜିଟିଭ୍ ଚିହ୍ନଟ ହୋଇଥିଲେ । ଏହାକୁ ଦୃଷ୍ଟିରେ ପରୀକ୍ଷା ଘୁଞ୍ଚାଇବାକୁ ନିଷ୍ପତ୍ତି ନେଇଛନ୍ତି କର୍ତ୍ତୁପକ୍ଷ । ଆଗକୁ ପରିସ୍ଥିତି ଦେଖି ନିଷ୍ପତ୍ତି ନିଆଯିବ ବୋଲି ସୂଚନା ଦେଇଛନ୍ତି ଭିମସାର ନିର୍ଦ୍ଦେଶକ ପ୍ରଫେସର ଲଳିତ ମେହେର ।

Leave a comment