ମାନସ ସ୍ୱାଇଁ ହତ୍ୟାକାଣ୍ଡର ଅଭିଯୁକ୍ତଙ୍କ ରିମାଣ୍ଡ ସରିଲା

0

ଭୁବନେଶ୍ୱର : ସରିଲା କ୍ୟାମେରାମ୍ୟାନ ମାନସ ସ୍ୱାଇଁ ହତ୍ୟାକାଣ୍ଡର ଅଭିଯୁକ୍ତଙ୍କ ରିମାଣ୍ଡ। ୫ ଦିନର ମାରାଥାନ ଜେରା ପରେ ସତ ସ୍ୱୀକାର କରିଛନ୍ତି ଅଭିଯୁକ୍ତ । ମୁଖ୍ୟ ଅଭିଯୁକ୍ତ ଶର୍ମିଷ୍ଠା ଏବଂ ସହଯୋଗୀମାନେ ମାନସଙ୍କୁ ହତ୍ୟା କରିବାର ଘଟଣାର ଖୁଲାସା କରିଛନ୍ତି । ୩୬ ଘଣ୍ଟା ପାଖାପାଖି ୬ ଶହ ୧୦ କିମି ଅଭିଯୁକ୍ତମାନେ ବୁଲିଥିବା ମାନିଛନ୍ତି ଶର୍ମିଷ୍ଠା । ଫେବୃଆରୀ ୭ରେ ମାନସଙ୍କୁ ଭଦ୍ରକ ଚାନ୍ଦବାଲି ଥାନା ପଳାସପୁର ନିକଟରୁ ଅପହରଣ କରିଥିଲେ । ମାନସଙ୍କୁ ଅପହରଣ କରିବା ପାଇଁ ସେମାନେ ଫେବୃଆରୀ ୬ ତାରିଖ ରାତିରୁ ସେହି ସ୍ଥାନରେ ଅପେକ୍ଷା କରିଥିଲେ ।

ଏହି ଅପହରଣରେ ଶର୍ମିଷ୍ଠାଙ୍କ ସହିତ ଝୁନା ଭୋଇ, ରଞ୍ଜନ ନାୟକ, ଭାଗ୍ୟଧର ନାୟକ, ବିବେକ ସହଯୋଗ କରିଥିଲେ । ଅପହରଣ କରିବା ପରେ ମାନସଙ୍କୁ ଆଣି ସେହିଦିନ ଦ୍ୱିପହରରେ ଭୁବନେଶ୍ୱର ଏୟାରଫିଲ୍ମ ଥାନା ଅନ୍ତର୍ଗତ ଦୟାଲ ଆଶ୍ରମକୁ ଅଣାଯାଇଥିଲା । ସେଠାରେ ତାଙ୍କୁ ମାରଣାନ୍ତକ ଅତ୍ୟାଚାର କରିଥିଲେ । ଫଳରେ ମାନସଙ୍କର ମୃତ୍ୟୁ ହୋଇଥିଲା ।

Leave a comment