ଓଡ଼ିଶାର କଣ୍ଢେଇ ନୃତ୍ୟ ଗୁରୁ ମାଗୁଣୀ କୁଅଁରଙ୍କୁ ମିଳିଲା ପଦ୍ମଶ୍ରୀ ସମ୍ମାନ
ଓଡ଼ିଶାର କଣ୍ଢେଇ ନୃତ୍ୟ ଗୁରୁ ମାଗୁଣୀ କୁଅଁରଙ୍କୁ ମିଳିଲା ପଦ୍ମଶ୍ରୀ ସମ୍ମାନ । ରାଷ୍ଟ୍ରପତି ଦୌପଦୀ ମୁର୍ମୁଙ୍କ ଠାରୁ ସେ ପଦ୍ମ ସମ୍ମାନ ଗ୍ରହଣ କରିଛନ୍ତି । ୨୦୨୩ ବର୍ଷ ପାଇଁ ପଦ୍ମ ପୁରସ୍କାର ବିଜେତାଙ୍କ ନାଁ ଗତ ଜାନୁଆରି ୨୫ ତାରିଖରେ କେନ୍ଦ୍ର ସରକାର ଘୋଷଣା କରିଥିଲେ । ଓଡ଼ିଶାରୁ ୪ ଜଣଙ୍କ ନାଁ ପଦ୍ମଶ୍ରୀ ସମ୍ମାନ ପାଇଁ ଘୋଷଣା କରାଯାଇଥିଲା ।
କଳା ପାଇଁ ମାଗୁଣି ଚରଣ କୁଅଁର, ସାହିତ୍ୟ ଓ ଶିକ୍ଷା ପାଇଁ ପଣ୍ଡିତ ଅନ୍ତର୍ଯ୍ୟାମୀ ମିଶ୍ର, ରଙ୍ଗବତୀର ଗାୟିକା କ୍ରିଷ୍ଣା ପଟେଲ ଓ କୃଷି ପାଇଁ ପଟାୟତ ସାହୁ । କଳାକ୍ଷେତ୍ରରେ କେନ୍ଦୁଝର ଜିଲ୍ଲାର କାଠି କଣ୍ଢେଇ ନୃତ୍ୟଗୁରୁ ମାଗୁଣି ଚରଣ କଅଁର ରାଷ୍ଟ୍ରପତିଙ୍କ ଠାରୁ ଆଜି ପଦ୍ମଶ୍ରୀ ଗ୍ରହଣ କରିଛନ୍ତି ।