ଆଜିଠୁ ଲକଡାଉନ ହଟିଲା
ଓଡ଼ିଶାଫାଷ୍ଟ (ବ୍ୟୁରୋ): ତେଲେଙ୍ଗାନା ମୁଖ୍ୟମନ୍ତ୍ରୀ କେ. ଚନ୍ଦ୍ରଶେଖର ରାଓଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ କ୍ୟାବିନେଟ ବୈଠକରେ ରାଜ୍ୟରେ ଲକଡାଉନକୁ ସମ୍ପୂର୍ଣ୍ଣ ହଟାଇଦେଇଛନ୍ତି । ସୂଚନାନୁଯାୟୀ ରାଜ୍ୟର ସମସ୍ତ ସରକାରୀ, ବେସରକାରୀ କାର୍ଯ୍ୟାଳୟ ସମେତ ଶିକ୍ଷାନୁଷ୍ଠାନ, ଦୋକାନ ବଜାର, ସପିଙ୍ଗମଲ, ଜିମ୍, ପାର୍ଲର ଇତ୍ୟାଦି ଖୋଲିବ ବୋଲି ସରକାରୀ ବିଜ୍ଞପ୍ତିରେ ପ୍ରକାଶ ପାଇଛି । ତେଲେଙ୍ଗାନା ସରକାର କହିଛନ୍ତି ଯେ, ସଂକ୍ରମଣକୁ ନିୟନ୍ତ୍ରଣ କରାଯାଇଥିବାରୁ କଟକଣାର ଅବଶ୍ୟକତା ନଥିବା କୁହାଯାଇଛି ।