କଳାଜାଇ କହିବ ବ୍ୟକ୍ତିତ୍ୱ
ହସ୍ତରେଖା ଶାସ୍ତ୍ର ଏମିତି ଏକ ବିଦ୍ୟା ଯେଉଁଠି ବ୍ୟକ୍ତିର ହାତରେ ଥିବା ରେଖା ଓ ଚିହ୍ନକୁ ଦେଖି ତାର ଭଲ-ମନ୍ଦ,ଗୁଣ, ସ୍ୱଭାବ,ପସନ୍ଦ-ଅପସନ୍ଦ ଓ ଭବଷ୍ୟତ ସମ୍ପର୍କରେ କୁହାଯାଇପାରେ । ହସ୍ତ ରେଖା ଶାସ୍ତ୍ର ଅନୁଯାୟୀ କିଛି ଏମିତି ଖାସ ରେଖା ଓ ଚିହ୍ନ ଅଛି ଯାହା ବ୍ୟକ୍ତିକୁ ଶୁଭ ଓ ଅଶୁଭ ଫଳ ପ୍ରଦାନ କରିଥାଏ । ଆସନ୍ତୁ ଜାଣିବା ଏହି ଚିହ୍ନ ସମ୍ପର୍କରେ ।
ଚନ୍ଦ୍ର ପର୍ବତ ଉପରେ କଳାଜାଇ ଚିହ୍ନ ରହିବା :
ହସ୍ତ ରେଖା ଶାସ୍ତ୍ର ଅନୁସାରେ ଯେଉଁ ଲୋକଙ୍କ ହାତରେ ଚନ୍ଦ୍ର ପର୍ବତ ଉପରେ ତିଳ ଚିହ୍ନ ରହିଛି ସେହି ବ୍ୟକ୍ତିଙ୍କ ମନ ସର୍ବଦା ଅଶାନ୍ତ ବ୍ୟାକୁଳିତ ରହିଥାଏ । ଏହି ଲୋକଙ୍କ ବିବାହରେ ବିଘ୍ନ ଘଟିଥାଏ ।
ବାମ ହାତରେ କଳାଜାଇ ଥିଲେ :
ଯେଉଁ ଲୋକଙ୍କ ବାମ ହାତର ପାପୁଲିରେ କଳାଜାଇ ଚିହ୍ନ ଥିଲେ ଧନ ମାମଲାରେ ବହୁତ ଲକି ହୋଇଥାନ୍ତି । ହେଲେ ଏହି ଲୋକଙ୍କ ଖର୍ଚ୍ଚାଳୁ ସ୍ୱଭାବ କାରଣରୁ ସଂଚୟ କରିବାରେ ଅସୁବିଧା ଲାଭ କରିଥାନ୍ତି ।
କନିଷ୍ଠ ଆଙ୍ଗୁଳିରେ କଳାଜାଇ ଥିଲେ :
ହସ୍ତରେଖା ଶାସ୍ତ୍ର ଅନୁଯାୟୀ ହାତର ସବୁଠୁ ଛୋଟ ଆଙ୍ଗୁଳିରେ କଳାଜାଇ ଥିଲେ କେବେ ବି ଧନର ଅଭାବ ହୋଇ ନଥାଏ । ହେଲେ ଜୀବନରେ ଉଠାଣି ଗଡ଼ାଣି ଲାଗି ରହିଥାଏ ।
ଶୁକ୍ର କ୍ଷେତ୍ରରେ କଳାଜାଇ ଥିଲେ :
ଯେଉଁ ଲୋକଙ୍କ ହାତର ଶୁକ୍ର କ୍ଷେତ୍ରରେ କଳାଜାଇ ଚିହ୍ନ ଥିଲେ ତାଙ୍କ ଠାରେ ସ୍ୱାସ୍ଥ୍ୟ ସମ୍ବନ୍ଧୀୟ ସମସ୍ୟା ଲାଗି ରହିଥାଏ । ହୃଦୟ ରେଖା ନିକଟରେ ତିଳ ଥିଲେ ହୃଦୟ ଜନିତ ସମସ୍ୟା ଲାଗି ରହିଥାଏ ।
ଶନି ପର୍ବତ ଉପରେ କଳାଜାଇ ଥିଲେ :
ହସ୍ତରେଖା ଶାସ୍ତ୍ର ଅନୁଯାୟୀ ବ୍ୟକ୍ତି ହାତର ମଝି ଆଙ୍ଗୁଳି ତଳେ ଥିବା ଶନି ପର୍ବତ ଉପରେ କଳାଜାଇ ଚିହ୍ନ ଥିଲେ ଶୁଭ ହୋଇ ନଥାଏ ।