ଯଦି ତୁଳସୀ ପୂଜା କରିବା ସମୟରେ ମିଳିଥାଏ ଏଇ ସଂକେତ, ତେବେ ଘରକୁ ଆସିଥାନ୍ତି ଲକ୍ଷ୍ମୀ
ଶାସ୍ତ୍ର ଅନୁସାରେ ତୁଳସୀଗଛ ବହୁତ ପବିତ୍ର ଏବଂ ଦିବ୍ୟ ଅଟେ । ଏହାର ନିତ୍ୟ ପୂଜା କରିବା ଦ୍ଵାରା ବ୍ୟକ୍ତି ଙ୍କୁ ସୁଖ ସମୃଦ୍ଧି ର ପ୍ରାପ୍ତି ହୋଇଥାଏ । ଭଗବାନ ଶ୍ରୀ କୃଷ୍ଣ ଙ୍କୁ ତୁଳସୀ ଅତ୍ୟନ୍ତ ପ୍ରିୟ ଅଟେ । ତୁଳସୀ ପତ୍ର ବିନା ଭଗବାନ ଙ୍କ ପାଖରେ କୌଣସି ପ୍ରକାରର ଭୋଗ ଅଥବା ପ୍ରସାଦ ଲାଗି ନଥାଏ । ଭଗବାନ ଶ୍ରୀ କୃଷ୍ଣ କହିଥାନ୍ତି ଯେ ଯେଉଁ ମନୁଷ୍ୟ ନିତ୍ୟ ତୁଳସୀ କୁ ନମସ୍କାର କରିଥାଏ, ତାଙ୍କ ଉପରେ କେବେ କୌଣସି ସଙ୍କଟ ଆସି ନଥାଏ ।
ଯେ ନିତ୍ୟ ସବୁ ତୁଳସୀ ପତ୍ର ର ସେବନ କରିଥାଏ ତାଙ୍କର କୌଣସି ପ୍ରକାରର ରୋଗ ହୋଇ ନଥାଏ । ତୁଳସୀ ଗଛ ଘରେ ଲଗାଇଲେ ତାହା ଅନେକ ପ୍ରକାରର ନକାରାତ୍ମକ ଶକ୍ତି ରୁ ରକ୍ଷା କରିଥାଏ । ଏହା ସହିତ ଏହା ଆମ୍ଭକୁ ଅନେକ ପ୍ରକାରର ସଙ୍କେତ ମଧ୍ୟ ଦେଇଥାଏ । ଏହି ସଙ୍କେତ ଆମ୍ଭର ଆସିବାକୁ ଯାଉଥିବା ଭବିଷ୍ୟ ସହିତ ଜଡିତ ହୋଇ ରହିଥାଏ । ଯଦି ଆମ୍ଭ ଘରେ ତୁଳସୀ ପତ୍ର ଦ୍ଵାରା ଆସୁଥିବା ଶୁଭ ଘଟଣା ର ଅନୁଭବ ହୋଇଥାଏ । ଆମ୍ଭକୁ ତୁଳସୀ ଗଛରେ ଜଳ ଦେବା ସମୟରେ ଏହି ସଙ୍କେତ ଉପରେ ଅବଶ୍ୟ ଧ୍ୟାନ ଦେବା ଆବଶ୍ୟକ । ତେବେ ଆସନ୍ତୁ ଜାଣିନେବା ସେହି ସଙ୍କେତ ମାନଙ୍କ ସମ୍ବନ୍ଧରେ ସଂପୂର୍ଣ୍ଣ ବିବରଣୀ ।
-ସବୁଠାରୁ ପ୍ରଥମ କଥା ହେଉଛି ଯେ ଆପଣ ଅନେକ ଥର ଅନୁଭବ କରିଥିବେ ଯେ ତୁଳସୀ ପତ୍ର ଅଚାନକ ଭାବରେ ଶୁଖିବାକୁ ଲାଗିଥାଏ । ମାତ୍ର ଆମ୍ଭେ ଯତ୍ନ ନେଲେ ମଧ୍ୟ ଏହି ଗଛ ଅଚାନକ ଭାବରେ ଶୁଖିବାକୁ ଲାଗିଥାଏ । ତେବେ ଏହା ସଙ୍କେତ ଅଟେ ଯେ ଆମ୍ଭ ଘରେ କୌଣସି ପ୍ରକାରର ନକାରାତ୍ମକ ଶକ୍ତି ର ବାସ ତଥା ଆମ୍ଭ ଘରେ କୌଣସି ବିପତ୍ତି ଅଥବା କୌଣସି ବଡ ସଙ୍କଟ ଆସିବାକୁ ଯାଉଅଛି ତେବେ ଏହାର ସଙ୍କେତ ଆମ୍ଭକୁ ତୁଳସୀ ଗଛରୁ ମିଳିଥାଏ । ତୁଳସୀ ଗଛ ହଠାତ ଶୁଖିବାକୁ ଲାଗିଥାଏ । ଏଣୁ କେବେ ମଧ୍ୟ ତୁଳସୀ ଗଛ କୁ ଶୁଖିବାକୁ ଦେବା ଉଚିତ ନୁହେଁ ।
– ଦ୍ଵିତୀୟ ରେ ତୁଳସୀ ର ସବୁଜ ପତ୍ର ଆପେ ଆପେ ଯଦି ପଡିବାକୁ ଲାଗିଥାଏ ତେବେ ଯଦି ସେହି ପତ୍ର ହଳଦିଆ ହୋଇ ପଡିଥାଏ, ଅଥବା ପବନଦ୍ଵାରା ପଡିଥାଏ, ତେବେ ଏହା ପ୍ରାକୃତିକ ଅଟେ ଏଥିରେ ଚିନ୍ତା କରିବା ଆବଶ୍ୟକ ନୁହେଁ । ମାତ୍ର ଯଦି ସବୁଜ ପତ୍ର ଆପେ ଆପେ ହିଁ ଅଲଗା ହୋଇ ପଡିବାକୁ ଲାଗିବ ତେବେ ଆପଣଙ୍କ ଘରେ କ୍ଲେଶ ଏବଂ ବିବାଦ ଲାଗିବା ଆରମ୍ଭ ହୋଇଯିବ । ଘରେ ପାରିବାରିକ ସମ୍ପର୍କ ଖରାପ ହେବାକୁ ଲାଗିବ । ଯଦି ଆପଣଙ୍କୁ ଏହିଭଳି ସଙ୍କେତ ମିଳିଥାଏ ତେବେ ଅଯଥା କ୍ଲେଶ ରୁ ବଞ୍ଚିବା ପାଇଁ ସନ୍ଧ୍ୟା ସମୟରେ ତୁଳସୀ ଗଛ ମୂଳରେ ଏକ ଘିଅର ଦୀପ ଅବଶ୍ୟ ଜଳାନ୍ତୁ ।
-ତୁଳସୀ ଗଛ ମୂଳରେ ଯଦି ଛୋଟ ଛୋଟ ଅନ୍ୟ ଗଛ ହେବାକୁ ଯାଇଥାଏ ତେବେ ଏହାର ଅର୍ଥ ଯେ ଆପଣଙ୍କ ଘରକୁ ମାତା ଲକ୍ଷ୍ମୀ ଙ୍କ ଆଗମନ ହେବାକୁ ଯାଉଅଛି । ଏହା ଏକ ଉତ୍ତମ ସଙ୍କେତ ହୋଇଥାଏ । ଏହାର ଅର୍ଥ ଆପଣଙ୍କୁ ଅନେକ ଜାଗାରୁ ଧନ ମିଳିବାକୁ ଯାଉଅଛି । ତୁଳସୀ ଗଛ ଆମ୍ଭକୁ ଆମ୍ଭ ନିକଟକୁ ଆସୁଥିବା ଭଲ ଏବଂ ମନ୍ଦ ଖବର ସମ୍ବନ୍ଧରେ ସୂଚନା ଦେଇଥାଏ ।