ସାମ୍ୱାଦିକଙ୍କୁ କନେଷ୍ଟବଳଙ୍କ ମାଡ଼ ମାରିବା ଘଟଣାରେ ବିଧାୟକଙ୍କୁ ତାଲା ପକାଇଲେ ସାମ୍ୱାଦିକ ସଂଘ
ଓଡ଼ିଶାଫାଷ୍ଟ (ବ୍ୟୁରୋ): ୱେବ ଚ୍ୟାନେଲ ସାମ୍ବାଦିକଙ୍କୁ ମହିଳା କନେଷ୍ଟବଳ ମାଡ଼ ମାରିବା ଘଟଣାକୁ ନେଇ କେନ୍ଦ୍ରାପଡ଼ା ଜିଲ୍ଲାର କିଛି ବିଧାୟକଙ୍କୁ ଘେରିଛି ସାମ୍ବାଦିକ ସଂଘ । ଗତକାଲି ମହିଳା କନେଷ୍ଟବଳ ଜଣକ ମାସ୍କ ନପିନ୍ଧି କାର୍ଯ୍ୟ କରୁଥିବା ଫଟୋ ଭାଇରାଲ ହୋଇଥିଲା। ଏନେଇ ମହିଳା କନେଷ୍ଟବଳ ଜଣକ ରାଗିଯାଇଥିଲେ । କେନ୍ଦ୍ରାପଡ଼ା ଏସପିଙ୍କ କାର୍ଯ୍ୟାଳୟ ସମ୍ମୁଖରେ ଜଣେ କାର୍ଯ୍ୟରତ ସାମ୍ବାଦିକଙ୍କୁ ମାଡ଼ ମାରିବା ସହ ତାଙ୍କ ସାର୍ଟ ଚିରିଦେଇଥିଲେ । କେନ୍ଦ୍ରାପଡ଼ା ଏସପିଙ୍କ କାର୍ଯ୍ୟ।ଳୟ ସମ୍ମୁଖରେ ବିଜେପି ଧାରଣାସ୍ଥଳକୁ ଖବର ସଂଗ୍ରହ ପାଇଁ ଯାଇଥିବା ସାମ୍ବାଦିକ ଜଣକ ମହିଳା କନେଷ୍ଟବଳ ମାସ୍କ ପିନ୍ଧିନଥିବା ଫଟୋକୁ ସୋସିଆଲ ମିଡିଆରେ ଛାଡିଥିଲେ। ଏହି ଘଟଣାରେ ଖପ୍ପା ହୋଇ ମହିଳା କନେଷ୍ଟବଳ ଉକ୍ତ ସାମ୍ବାଦିକଙ୍କ କଲରକୁ ଟାଣି ମାଡ଼ ମାରିଥିଲେ । ଏହି ଘଟଣାକୁ ନେଇ ସାମ୍ବାଦିକ ମହଲରେ ନିନ୍ଦା କରାଯାଇଥିବା ବେଳେ ମହିଳା କନେଷ୍ଟବଳଙ୍କ ନିଲମ୍ବନ ଦାବି କରିଛନ୍ତି । ଆଜି କେନ୍ଦ୍ରାପଡାରେ ଏକ ସରକାର କାର୍ଯ୍ୟକ୍ରମରେ ଯୋଗ ଦେବାକୁ ଯାଇଥିବା ଅବସରରେ ଜିଲ୍ଲାର ସବୁ ବିଧାୟକଙ୍କୁ ସାମ୍ବାଦିକମାନେ ଘେରିଥିଲେ । ସାମ୍ବାଦିକଙ୍କ ଉପରେ ହୋଇଥିବା ଆକ୍ରମଣ ଘଟଣାରେ କାର୍ଯ୍ୟାନୁଷ୍ଠାନ ଦାବି କରିଥିଲେ ।