ଯାତ୍ରୀଙ୍କୁ ଶସ୍ତାରେ ଔଷଧ ଦେବା ପାଇଁ ରେଳଷ୍ଟେସନରେ ଖୋଲିବ ଜନଔଷଧି କେନ୍ଦ୍ର

0

ରେଳ ଯାତ୍ରୀଙ୍କ ସୁବିଧା ପାଇଁ ସରକାର ଅନେକ ସୁବିଧା କରୁଛନ୍ତି । ତେଣୁ ଷ୍ଟେସନରେ ଯଦି କୌଣସି ଯାତ୍ରୀଙ୍କ ସ୍ୱାସ୍ଥ୍ୟାବସ୍ଥା ବିଗିଡିଯାଏ, ସେଥିପାଇଁ ଅନେକ ଅସୁବିଧାର ସାମ୍ନା କରିବାକୁ ପଡିଥାଏ । ତେଣୁ ରେଳଯାତ୍ରୀଙ୍କୁ ଶସ୍ତାରେ ଔଷଧ ଦେବା ପାଇଁ ରେଳ ମନ୍ତ୍ରଣାଳୟ ପକ୍ଷରୁ ଷ୍ଟେସନରେ ପ୍ରଧାନମନ୍ତ୍ରୀ ଜନ ଭାରତୀୟ ଔଷଧି କେନ୍ଦ୍ର ଖୋଲିବାକୁ ନିଷ୍ପତ୍ତି ନିଆଯାଇଛି । ଏହା ଜରିଆରେ କୋଟି କୋଟି ରେଳ ଯାତ୍ରୀଙ୍କୁ ଜରୁରୀକାଳୀନ ସ୍ଥିତିରେ ରେଳ ଷ୍ଟେସନରୁ ଶସ୍ତାରେ ଔଷଧ ମିଳିଯିବ ।

ଅନେକ ସମୟରେ ଟ୍ରେନରେ ଯାତ୍ରା କରିବା ସମୟରେ ଯାତ୍ରୀଙ୍କ ସ୍ୱାସ୍ଥ୍ୟାବସ୍ଥା ବିଗିଡିଯାଏ । ଜରୁରୀକାଳୀନ ସ୍ଥିତିରେ ସେମାନେ ଔଷଧ ପାଆନ୍ତି ନାହିଁ । ତେଣୁ ରେଳ ଷ୍ଟେସନରେ ଜନଔଷଧି କେନ୍ଦ୍ର ରହିବା ଦ୍ୱାରା ଲୋକେ ଶସ୍ତା ଏବଂ ସହଜରେ ଔଷଧ ପାଇପାରିବେ । ଏହାଦ୍ୱାରା ଯାତ୍ରୀଙ୍କୁ ଲାଭ ମିଳିବା ସହିତ ନୂଆ ରୋଜଗାର ମଧ୍ୟ ମିଳିବ । ତେବେ ଷ୍ଟେସନରେ ଜନଔଷଧି କେନ୍ଦ୍ର ସଂଚାଳନ କରିବା ପାଇଁ ଲୋକଙ୍କୁ ଲାଇସେନ୍ସ ନେବାକୁ ହେବ । ଏଥିପାଇଁ ଇ-ନିଲାମୀର ଆୟୋଜନ କରାଯିବ। ଯେଉଁଥିରେ ଲୋକ ଷ୍ଟେସନରେ ଏହି ଔଷଧି କେନ୍ଦ୍ର ଚଲାଇପାରିବେ ।

ରେଲୱେ ପକ୍ଷରୁ ପାଇଲଟ ପ୍ରୋଜେକ୍ଟ ସୁବିଧା ଦେଶର ପାଖାପାଖି ୫୦ଟି ରେଲୱେ ଷ୍ଟେସନରେ ଆରମ୍ଭ କରିବାକୁ ନିଷ୍ପତ୍ତି ନିଆଯାଇଛି । ସିକନ୍ଦରାବାଦ, ପଣ୍ଡିତ ଦୀନ ଦୟାଲ ଉପାଧ୍ୟାୟ ଜଙ୍କସନ, ବୀରାଙ୍ଗନା ଲକ୍ଷ୍ମୀବାଈ, ଲକ୍ଷ୍ନୌ ଜଙ୍କସନ, ଗୋରଖପୁର ଜଙ୍କସନ, ବନାରସ, ଆଗ୍ରା କ୍ୟାଣ୍ଟ, ମଥୁରା, ଋିଷିକେଶ, କାଶୀପୁର, ମାଲଦା ଟାଉନ, ଖଡଗପୁର, ମଦନ ମହଲ, ବିନା, ଲୋକମାନ୍ୟ ତିଳକ ଟର୍ମିନସ, ମନମାଡ ଇତ୍ୟାଦି ଷ୍ଟେସନ ରହିଛି।

Leave a comment