ରାଜଧାନୀରେ ଯୁବତୀଙ୍କୁ ଖୁଣ୍ଟରେ ବାନ୍ଧି ମାଡ଼ମାରିବା ଘଟଣା; ତଦନ୍ତ ଆରମ୍ଭ କରିଛି ପୋଲିସ

0

ରାଜଧାନୀରେ ଯୁବତୀଙ୍କୁ ଖୁଣ୍ଟରେ ବାନ୍ଧି ମାଡ଼ମାରିବା ଘଟଣା। ଭାଇରାଲ ଭିଡିଓ ଆଧାରରେ ତଦନ୍ତ କରୁଛି ପୋଲିସ। ୪ରୁ ୫ଜଣଙ୍କ ନାଁରେ ମାମଲା ରୁଜୁ କରି ତଦନ୍ତ କରୁଛି ପୋଲିସ। ଆଜି ପୁଣି ଘଟଣାସ୍ଥଳକୁ ଯାଇ ଲୋକଙ୍କୁ ପଚରାଉଚରା କରିବ ପୋଲିସ। ଗତକାଲି ଯୁବତୀଙ୍କ ଡାକ୍ତରୀ ମାଇନା କରିଥିଲା ପୋଲିସ।

ଆଜି ଯୁବତୀ ଓ ତାଙ୍କ ପରିବାର ଲୋକଙ୍କର ବୟାନ ରେକର୍ଡ କରିବ ପୋଲିସ। କଲୋନୀ ବାସିନ୍ଦା ରାତି ସାରା ଯୁବତୀଙ୍କୁ ଖୁଣ୍ଟରେ ବାନ୍ଧି ଦଣ୍ଡ ଦେଇଥିବା ପୋଲିସ ପ୍ରାଥମିକ ତଦନ୍ତରୁ ଜାଣିବାକୁ ପାଇଛି। ସୂଚନା ଅନୁସାରେ କଲୋନୀର ଜଣେ ଯୁବକଙ୍କ ଶହ ମିଳାମିଶା ନକରିବା ପାଇଁ ଯୁବତୀଙ୍କୁ କଲୋନୀ ବାସିନ୍ଦା ବାରଣ କରିଥିଲେ । ହେଲେ ଯୁବତୀ ଏହାକୁ ନମାନି ନିୟମିତ ଭାବେ ଯୁବକଙ୍କ ପାଖକୁ ଯିବା ଆସିବା କରୁଥିଲେ ।

ଏଥିପାଇଁ କଲୋନୀ ବାସିନ୍ଦା ଏକଜୁଟ ହୋଇ ଯୁବତୀଙ୍କୁ ଖୁଣ୍ଟରେ ବାନ୍ଧି ଦଣ୍ଡ ଦେଇଥିବା ସୂଚନା ମିଳିଛି । ଯୁବତୀଙ୍କୁ ଉଦ୍ଧାର କରିବା ସହ ନିଜ ଆଡୁ ମାମଲା ରୁଜୁ କରି ତଦନ୍ତ କରିଥିଲା ପୋଲିସ ।

SOA Festival
Leave a comment