ଆଇଏଏସ୍ ସ୍ତରରେ ଅଦଳବଦଳ, ଜ୍ୟୋତି ପ୍ରକାଶ ଦାସ ହେଲେ ମାଧ୍ୟମିକ ଶିକ୍ଷା ବୋର୍ଡ ସଭାପତି
ଆଇଇଏଏସ୍ ସ୍ତରରେ ଛୋଟ ଧରଣର ଅଦଳବଦଳ। ଜ୍ୟୋତି ପ୍ରକାଶ ଦାସ ହେଲେ ମାଧ୍ୟମିକ ଶିକ୍ଷା ବୋର୍ଡ ସଭାପତି। ବୋର୍ଡ ସଭାପତି ଭାବେ ଅତିରିକ୍ତ ଦାୟିତ୍ଵ ତୁଲାଇବେ ଜ୍ୟୋତିପ୍ରକାଶ। ବର୍ତ୍ତମାନ ବୋର୍ଡ ସଭାପତି ଥିବା ରାମାଶିଷ ହାଜରାଙ୍କୁ ପ୍ରାଣୀ ସମ୍ପଦ ନିର୍ଦ୍ଦେଶକ ପଦରେ ନିଯୁକ୍ତ କରାଯାଇଛି। ବିଜ୍ଞାନ ଓ ବୈଷେୟିକ ବିଭାଗର ଯୁଗ୍ମ ସଚିବ ଭାବେ ୟେଦୁଲା ବିଜୟଙ୍କୁ ଦାୟିତ୍ଵ ମିଳିଛି।