ଆଇଏଏସ୍ ସ୍ତରରେ ଅଦଳବଦଳ, ଆଇଏଏସ୍ ରଞ୍ଜନ ଦାସ ହେଲେ ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ
ରାଜ୍ୟ ସରକାର ଆଇଏଏସ୍ ଅଧିକାରୀ ସ୍ତରରେ ଛୋଟଧରଣର ଅଦଳବଦଳ କରିଛନ୍ତି । ଏନେଇ ଗୃହ ବିଭାଗ ପକ୍ଷରୁ ଶନିବାର ବିଜ୍ଞପ୍ତି ଜାରି ହୋଇଛି । ଆଇଏଏସ୍ ରଞ୍ଜନ ଦାସ ହେଲେ ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ । ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକଙ୍କୁ ଏଣିକି ସ୍ୱତନ୍ତ୍ର ସଚିବ ପାହ୍ୟା ମିିଳିଛି । ପୂର୍ବରୁ ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ ଭାବେ ଅତିରିକ୍ତ ଦାୟିତ୍ୱ ନିର୍ବାହ କରୁଥିବା ବୀର ବିକ୍ରମ ଯାଦବଙ୍କ ସ୍ଥାନରେ ରଞ୍ଜନ ଦାସଙ୍କୁ ରାଜ୍ୟ ସରକାର ନିଯୁକ୍ତି ପ୍ରଦାନ କରିଛନ୍ତି । ବର୍ତ୍ତମାନ ସଂସ୍କୃତି ବିଭାଗର ସ୍ୱତନ୍ତ୍ର ସଚିବ ଅଛନ୍ତି ରଞ୍ଜନ ଦାସ ।
ସେହିପରି ଦିଲ୍ଲୀପ ରାଉତରାୟ ଓଡ଼ିଆ ଭାଷା, ସାହିତ୍ୟ ଓ ସଂସ୍କୃତି ବିଭାଗ ନିର୍ଦ୍ଦେଶକ ଭାବେ ଦାୟିତ୍ୱ ଦିଆଯାଇଛି । ଶ୍ରୀକାନ୍ତ ପୃଷ୍ଟି ହେଲେ ପଞ୍ଚାୟତିରାଜ ଓ ପାନୀୟ ଜଳ ବିଭାଗ ସ୍ୱତନ୍ତ୍ର ସଚିବ । ଏହା ସହିତ ସେ ଓଡ଼ିଶା ପରିବାରର ଅତିରିକ୍ତ ଦାୟିତ୍ୱ ନିର୍ବାହ କରିବେ ।