ଦିଲ୍ଲୀରେ ୩୭ ହଜାର ବେଡ୍ ଓ ୧୨ ହଜାର ଆଇସିୟୁ ପ୍ରସ୍ତୁତ

0

ଓଡ଼ିଶା ଫାଷ୍ଟ(ବ୍ୟୁରୋ): ଦିଲ୍ଲୀରେ ତୃତୀୟ ଲହର ପାଇଁ ପ୍ରସ୍ତୁତି ଚାଲିଥିବା ବେଳେ ଦିଲ୍ଲୀର ସ୍ୱାସ୍ଥ୍ୟମନ୍ତ୍ରୀ ସତ୍ୟେନ୍ଦ୍ର ଜେନା ଏହାକୁ ଯାଞ୍ଚ କରିଛନ୍ତି। ତୃତୀୟ ଲହରର ମୁକାବିଲା ପାଇଁ ପ୍ରସ୍ତୁତ ହେଉଥିବା ନେଇ ସ୍ୱାସ୍ଥ୍ୟମନ୍ତ୍ରୀ ସୂଚନା ଦେଇଛନ୍ତି ଯେ, ୧୨ହଜାର ଆଇସିୟୁ ସମେତ ୩୭ ହଜାର କୋଭିଡ -୧୯ ଶଯ୍ୟା ପ୍ରସ୍ତୁତ କରାଯାଉଛି । ଏହା ସହ ଔଷଧ ସହିତ ଡାକ୍ତରୀ ଅମ୍ଳଜାନର କ୍ଷମତା ମଧ୍ୟ ବୃଦ୍ଧି କରାଯାଉଛି । ଦିଲ୍ଲୀ ସରକାର ଶିଶୁ ଏବଂ ବୃଦ୍ଧଙ୍କ ପାଇଁ ମଧ୍ୟ ବିଶେଷ ବ୍ୟବସ୍ଥା କରୁଛନ୍ତି।

ସତ୍ୟନ୍ଦ୍ର ଜୈନ୍ ଆହୁରୀ କହିଛନ୍ତି ଯେ, ରାଜଧାନୀରେ ୧୭ଟି ନୂଆ ମାମଲା ସହ ସଂକ୍ରମଣର ହାର ୦.୦୪ ପ୍ରତିଶତ ଥିଲା। ଗତ ତିନି ଦିନ ଧରି କୌଣସି ମୃତ୍ୟୁ ମାମଲା ମଧ୍ୟ ରେକର୍ଡ ହୋଇନାହିଁ । ତୃତୀୟ ଲହରକୁ ମୁକାବିଲା କରିବା ପାଇଁ ଦିଲ୍ଲୀ ସରକାର ସମସ୍ତ ଆବଶ୍ୟକୀୟ ବ୍ୟବସ୍ଥା କରୁଛନ୍ତି। ୧୨ ହଜାର ଆଇସିୟୁ ସମେତ ୩୭ ହଜାର କୋଭିଡ -୧୯ ପାଇଁ ଶଯ୍ୟା ସ୍ଥାପନ କରାଯାଉଛି । ପର୍ଯ୍ୟାପ୍ତ ଭାବରେ ଅମ୍ଳଜାନ ଏବଂ ଅତ୍ୟାବଶ୍ୟକ ଔଷଧ ଉତ୍ପାଦନ ଉପରେ ମଧ୍ୟ ବିଶେଷ ଧ୍ୟାନ ଦିଆଯାଉଛି । ଶିଶୁ ଏବଂ ବୃଦ୍ଧଙ୍କ ସ୍ୱାସ୍ଥ୍ୟ ଏବଂ ନିରାପତ୍ତା ଉପରେ ଧ୍ୟାନ ଦେଇ ଦିଲ୍ଲୀ ସରକାର ଏହି ବିଶେଷ ବ୍ୟବସ୍ଥା କରୁଛନ୍ତି।

କୋଭିଡ -୧୯ ବିରୋଧରେ ପ୍ରସ୍ତୁତି ସମ୍ପର୍କରେ ସ୍ୱାସ୍ଥ୍ୟମନ୍ତ୍ରୀ କହିଛନ୍ତି ଯେ, କୋଭିଡ -୧୯ ଚିକିତ୍ସାରେ ବ୍ୟବହୃତ ହେଉଥିବା ଔଷଧ ଉତ୍ପାଦନ ବୃଦ୍ଧି କରିବାକୁ ଦିଲ୍ଲୀ ସରକାର ନିର୍ଦ୍ଦେଶ ଦେଇଛନ୍ତି। ଏହା ସହ କୌଣସି କମ୍ପାନୀର କୌଣସି ଔଷଧ ପାଇଁ ଅତିରିକ୍ତ ଅର୍ଥ ଦେବାର ଅଧିକାର ନାହିଁ। ଏନେଇ ସତ୍ୟନ୍ଦ୍ର ଜୈନ କହିଛନ୍ତି କି ଚିକିତ୍ସା ଭିତ୍ତିଭୂମିରେ ଉନ୍ନତି ଆଣିବା ପାଇଁ ଆମେ କଠିନ ପରିଶ୍ରମ କରୁଛୁ। ଏଥିପାଇଁ ତୃତୀୟ ଲହରରୁ ଦିଲ୍ଲୀକୁ ବଞ୍ଚାଇବା ପାଇଁ ସମସ୍ତ ପ୍ରକାରର ଚେଷ୍ଟା କରୁଛୁ।

Leave a comment