ପୁଣିଥରେ ଟିଏମ୍‌ସି ବିଧାୟକଙ୍କ ଘରୁ କୋଟି କୋଟି ନଗଦ ଟଙ୍କା ଦେଖି ତାଜୁବ

0

ପଞ୍ଚିମବଙ୍ଗ ରାଜନୀତିରେ ପୁଣିଥରେ ଦେଖିବାକୁ ମିଳିଛି ଟଙ୍କାର ପାହାଡ଼। ପାର୍ଥ ଚାଟାର୍ଜୀ ଏବଂ ତାଙ୍କ ସହ ଜଡ଼ିତ ଶିକ୍ଷା ଠକେଇ ପରେ ଏବେ ପୁଣି ବିବାଦ ଘେରକୁ ଆସିଛି ଟିଏମ୍‌ସି। ମୁର୍ସିଦାବାଦରୁ ଟିଏମ୍‌ସି ବିଧାୟକ ଥିବା ଜାକିର ହୁସୈନଙ୍କ ଘରୁ ଜବତ ହୋଇଛି ୧୦.୯୦ କୋଟି ଟଙ୍କା। ଆୟକର ବିଭାଗ ବୁଧବାର ବିଳମ୍ବିତ ରାତିରେ ଜାକିର ହୁସୈନଙ୍କ ଘର ଏବଂ ତାଙ୍କ ଫ୍ୟାକ୍ଟ୍ରି ଉପରେ ଚଢ଼ାଉ କରିଥିଲା।

ଏହି ଚଢ଼ାଉ ବେଳେ ୧୦.୯୦ କୋଟି ନଗଦ ଟଙ୍କା ଜବତ କରାଯାଇଛି। କିନ୍ତୁ ସେପଟେ ବିଧାୟକ ଦାବି କରିଛନ୍ତି ଯେ ତାଙ୍କ ପାଖରେ ଏହି କ୍ୟାଶ୍‌ ସହ ଜଡ଼ିତ ସମସ୍ତ ଦସ୍ତାବିଜ୍‌ ରହିଛି।

କହି ରଖୁଛୁ, ଆୟକର ବିଭାଗ ମୋଟ ୨୮ଟି ଜାଗାରେ ଚଢ଼ାଉ କରିଥିଲା। ଏହି ଚଢ଼ାଉ ସମୟରେ ୧୫ କୋଟି ଟଙ୍କା ଜବତ କରାଯାଇଛି। ସେଥିରୁ ୧୧ କୋଟି ଟଙ୍କା କେବଳ ମୁର୍ସିଦାବାଦରୁ ହିଁ ମିଳିଛି, ଯେଉଁଠାରୁ ଜାକିର ବିଧାୟକ ଅଛନ୍ତି।

କୁହାଯାଉଛି କି, ଟିଏମ୍‌ସି ବିଧାୟକଙ୍କର ବିଡ଼ିର ବଡ଼ ବ୍ୟବସାୟ ରହିଛି। ତାଙ୍କର ଅନେକ ଫ୍ୟାକ୍ଟ୍ରି ରହିଛି। ଏହି ଫ୍ୟାକ୍ଟ୍ରିଗୁଡ଼ିକ ଉପରେ ଆୟକରର ନଜର ରହିଥିଲା। ଏମିତିରେ ତଦନ୍ତ ସମୟରେ ସେଠାରେ ବି ଚଢ଼ାଉ କରାଯାଇଥିଲା। ଏହା ବ୍ୟତୀତ ହୁସୈନଙ୍କର ଏକ ଚାଉଳ ମିଲ୍‌ ମଧ୍ୟ ରହିଛି, ଯାହା ରଘୁନାଥ ଗଞ୍ଜରେ ଅଛି। ସେଠାରେ ଆୟକର ଚେଡ୍‌ କରିଛି। କେବଳ ଏତିକି ନୁହେଁ, ଟିଏମ୍‌ସି ବିଧାୟକଙ୍କର ଜଣେ ନିକଟତମ ବନ୍ଧୁଙ୍କ ଘରେ ବି ଚଢ଼ାଉ କରାଯାଇଛି।

ଏବେ ଆୟ କର ତଦନ୍ତର ଏକ ଫଟୋ ସାମ୍ନାକୁ ଆସିଛି, ଯେଉଁଥିରେ ଟଙ୍କାର ପାହାଡ଼ ଦେଖିବାକୁ ମିଳିଛି। ଟେବୁଲ୍‌ ଉପରେ ହିଁ ବିଡ଼ା ବିଡ଼ା ନୋଟ୍‌ ରଖାଯାଇଛି। ଏବେ ଇନ୍‌କମ ଟ୍ୟାକ୍ସ ଡିପାର୍ଟମେଣ୍ଟର ଏହି ତଦନ୍ତକୁ ନେଇ ଟିଏମ୍‌ସି ବିଧାୟକ ଜାକିର ହୁସୈନ କହିଛନ୍ତି ଯେ ସେ ତଦନ୍ତ ଏଜେନ୍ସିକୁ ପୂରା ସହଯୋଗ କରିଛନ୍ତି। ତାଙ୍କ ତରଫରୁ ପୂରା ସପୋର୍ଟ ମିଳିଛି। ଏପରି କି, ସେ ଦାବି କରିଛନ୍ତି, ତାଙ୍କ ପାଖରୁ ଯେଉଁ ବି କ୍ୟାଶ୍‌ ମିଳିଛି, ତାହାର ସମସ୍ତ ଡକ୍ୟୁମେଣ୍ଟ ତାଙ୍କ ପାଖରେ ଅଛି। ସେ ମଝିରେ ମଝିରେ ଟ୍ୟାକ୍ସ ଜମା କରନ୍ତି। ତେଣୁ ତାଙ୍କୁ କୌଣସି କଥାକୁ ଡର ନାହିଁ।

ସେପଟେ ଏହି କାର୍ଯ୍ୟାନୁଷ୍ଠାନ ଉପରେ ଟିଏମ୍‌ସି ନେତା କୁଣାଳ ଘୋଷ ମଧ୍ୟ ପ୍ରତିକ୍ରିୟା ଦେଇଛନ୍ତି। ସେ ଜୋର୍‌ ଦେଇ କହିଛନ୍ତି ଯେ ଟିଏମ୍‌ସିରେ ସାମିଲ ହେବା ପୂର୍ବରୁ ଜାକିର ହୁସୈନଙ୍କର ବିଡ଼ିର ବଡ଼ ବିଜନେସ୍‌ ଥିଲା। ଏହା ଯେଉଁ ପ୍ରକାରର ବ୍ୟବସାୟ, ସେଥିରେ ଟଙ୍କାର ଅଧିକ ଆବଶ୍ୟକ ପଡ଼ିଥାଏ। କାହିଁକି ନା, ଶ୍ରମିକ ମାନଙ୍କୁ ଦରମା ଦେବାକୁ ହୋଇଥାଏ। ଯଦି କୌଣସି ଗଡ଼ବଡ଼ ଅଛି, ତ ତଦନ୍ତ ଏଜେନ୍ସି ଆକ୍ସନ ନେବ। କିନ୍ତୁ ଏବେ ଠାରୁ କାହାର ପଇସାକୁ କଳା ଧନ କହିବା ଭୁଲ୍‌। ସେପଟେ ଏହି ଘଟଣାକୁ ନେଇ ପଞ୍ଚିମବଙ୍ଗ ରାଜନୀତିରେ ହଇଚଇ ସୃଷ୍ଟି ହୋଇଛି।

Leave a comment