ଦିଲ୍ଲୀରେ ଛାତିଥରା ଘଟଣା; ଯୁବତୀଙ୍କୁ କାର୍‌ରେ ଘୋଷାଡ଼ି ଘୋଷାଡ଼ି ୪କିମି ନେଇଗଲେ ୫ଯୁବକ

0

ନୂଆ ବର୍ଷ ସେଲିବ୍ରେସନ ବେଳେ ରାଜଧାନୀ ଦିଲ୍ଲୀରେ ଛାତିଥରା ଘଟଣା ଘଟିଛି । ନିଶାଚୁର ଅବସ୍ଥାରେ ୫ଯୁବକ ଜଣେ ଯୁବତୀଙ୍କୁ କାର୍‌ରେ ଘୋଷାଡ଼ି ଘୋଷାଡ଼ି ନେଲେ ୪କିଲୋମିଟର । ଏଥିରେ ଯୁବତୀଙ୍କ ମୃତ୍ୟୁ ହୋଇଛି । ଏନେଇ ଦିଲ୍ଲୀ ପୋଲିସ ଏକ ମାମଲା ରୁଜୁ କରି ତଦନ୍ତ କରୁଛି । ଏହି ଘଟଣାରେ କାର୍ ଜବତ ହୋଇଥିବେଳେ ୫ ଅଭିଯୁକ୍ତ ଅଟକ ରହିଛନ୍ତି ।

ଦିଲ୍ଲୀ ଆଉଟର ଜେଲ୍ ଡିସିପିଙ୍କ ସୂଚନା ଅନୁଯାୟୀ, ୩୧ ଡିସେମ୍ବର ବିଳମ୍ବିତ ରାତିରେ ଦିଲ୍ଲୀର କାଞ୍ଝାଓ୍ବଲା ଅଞ୍ଚଳରେ ଏହି ଭୟଙ୍କର ଦୁର୍ଘଟଣା ଘଟିଛି । ଶନିବାର ରାତି ପ୍ରାୟ ୩ଟା ସମୟରେ ଜଣେ ଯୁବତୀ ଘରକୁ ଫେରୁଥିବାବେଳେ ତାଙ୍କ ସ୍କୁଟିକୁ ଏକ କାର୍ ଧକ୍କା ଦେଇଥିଲା । ଯୁବତୀ ଜଣକ ତଳେ ପଡ଼ିଯିବା ପରେ କାର୍‌ରେ ବସିଥିବା ୫ଯୁବକ ତାଙ୍କୁ ୪କିଲୋମିଟର ପର୍ଯ୍ୟନ୍ତ ଘୋଷାଡ଼ି ଘୋଷାଡ଼ି ନେଇଥିଲେ । ପରେ ରାସ୍ତା ପାର୍ଶ୍ବକୁ ଫଙ୍ଗି ଦେଇଥିଲେ ।

ଦୁର୍ଘଟଣା ବାବଦରେ ଦିଲ୍ଲୀ ପୋଲିସର ଏକ ପିସିଆରକୁ କେହି ଫୋନ୍ କରି ଖବର ଦେଇଥିଲେ । ପୋଲିସ ତୁରନ୍ତ ଘଟଣାସ୍ଥଳରେ ପହଞ୍ଚି ଯୁବତୀ ଜଣକ ବିନା କପଡ଼ାରେ ରାସ୍ତା ପାର୍ଶ୍ବରେ ପଡ଼ିଥିବା ଦେଖିବାକୁ ପାଇଥିଲା । ରାସ୍ତାରେ ଘସିହୋଇ ଯୁବତୀଙ୍କ ଶରୀରର କିଛି ନଷ୍ଟ ହୋଇଯାଇଥିଲା । ମୃତଦେହକୁ ସୁଲତାନପୁରୀ ପୋଲିସ ଉଦ୍ଧାର କରି ଏକ ମାମଲା ରୁଜୁ କରି ତଦନ୍ତ କରୁଛି । ଏହି ଘଟଣାରେ ଦୁର୍ଘଟଣା ଘଟାଇଥିବା କାର୍‌ ଜବତ ହୋଇଥିବା ବେଳେ ୫ ଅଭିଯୁକ୍ତଙ୍କୁ ଅଟକ ରଖିଛି ଦିଲ୍ଲୀ ପୋଲିସ ।

Leave a comment