କାଞ୍ଚନଜୁଙ୍ଗା ଏକ୍ସପ୍ରେସକୁ ଧକ୍କା ଦେଲା ମାଲବାହୀ ଟ୍ରେନ୍; ୫ମୃତ, ଉଦ୍ଧାର କାର୍ଯ୍ୟ ଜାରି

0

ପଶ୍ଚିମବଙ୍ଗର ନିଉ ଜଲପାଇଗୁରୀ ନିକଟରେ ଏକ ବଡ଼ ରେଳ ଦୁର୍ଘଟଣା ଘଟିଛି। ଏହି ଦୁର୍ଘଟଣାରେ କାଞ୍ଚନଜୁଙ୍ଗା ଏକ୍ସପ୍ରେସକୁ ଏକ ମାଲବାହୀ ଟ୍ରେନ୍ ପଛରୁ ଧକ୍କା ଦେଇଥିଲା। ଏହି ଦୁର୍ଘଟଣା ଏତେ ଭୟଙ୍କର ଥିଲା ଯେ କାଞ୍ଚନଜୁଙ୍ଗା ଏକ୍ସପ୍ରେସ ଭିତରକୁ ମାଲ୍ ଗାଡ଼ିର ଗୋଟିଏ ବଗି ପଶି ଯାଇଥିବା ବେଳେ ଗୋଟିଏ କୋଚ୍ ଅନ୍ୟ ଏକ ବଗି ଉପରକୁ ଚଢ଼ିଯାଇଥିଲା।

ସୂଚନା ଅନୁଯାୟୀ, ଉଭୟ ଟ୍ରେନ୍ ସମାନ ଟ୍ରାକରେ ଥିବାରୁ ଏହି ଦୁର୍ଘଟଣା ଘଟିଥିଲା। ତେବେ ଉଦ୍ଧାରକାରୀ ଦଳ ଯୁଦ୍ଧକାଳୀନ ଭିତ୍ତିରେ ଉଦ୍ଧାରକାର୍ଯ୍ୟ ଜାରି ରଖିଛନ୍ତି।

କଟିହାର ଡିଭିଜନର ରଙ୍ଗପାନୀ ଏବଂ ନିଜବାଡ଼ି ଷ୍ଟେସନ ମଧ୍ୟରେ ଷ୍ଟେସନରେ ଠିଆ ହୋଇଥିବା କାଞ୍ଚନଜୁଙ୍ଗା ଏକ୍ସପ୍ରେସ ପଛରୁ ଏକ ମାଲବାହୀ ଟ୍ରେନ୍ ଧକ୍କା ଦେଇଥିଲା। ଏଥିରେ କାଞ୍ଚନଜୁଙ୍ଗା ଏକ୍ସପ୍ରେସର ପ୍ରାୟ ତିନୋଟି ବଗି ଲାଇନଚ୍ୟୁତ ହୋଇଥିଲା। ସୂଚନା ପାଇବା ମାତ୍ରେ କାଟିହର ରେଳ ବିଭାଗ ତ୍ବରିତ ପଦକ୍ଷେପ ଗ୍ରହଣ କରିଥିଲା। ରେଳ ବିଭାଗର ଅଧିକାରୀମାନେ ଦୁର୍ଘଟଣା ସ୍ଥଳରେ ରିଲିଫ ଟ୍ରେନ ଏବଂ କାଟିହାର ଏବଂ ଏନଜେପିରୁ ମେଡିକାଲ ଭ୍ୟାନ ନେଇ ପହଞ୍ଚିଛନ୍ତି। ଏହି ଘଟଣାରେ ୫ଜଣଙ୍କର ବର୍ତ୍ତମାନ ସୁଦ୍ଧା ମୃତ୍ୟୁ ହୋଇଥିବା ବେଳେ ପାଖାପାଖି ୨୦୦ରୁ ଅଧିକ ଲୋକ ଆହତ ହୋଇଥିବା କୁହାଯାଉଛି।

ଘଟଣାସ୍ଥଳରେ ଏନ୍ଡିଆର୍ଏଫ୍ ଓ ଏସ୍ଡିଆର୍ଏଫ୍ର କର୍ମଚାରୀମାନେ ଯୁଦ୍ଧକାଳୀନ ଭିତ୍ତିରେ ଉଦ୍ଧାରକାର୍ଯ୍ୟ ଚଲାଇଛନ୍ତି। ସେପଟେ ବିଭାଗ ପକ୍ଷରୁ ସ୍ବତନ୍ତ୍ର ହେଲ୍ପଲାଇନ ନମ୍ବର ଜାରି କରାଯାଇଛି। ରେଳବାଇ ପକ୍ଷରୁ ଜାରି କରାଯାଇଥିବା ହେଲ୍ପଲାଇନ ନମ୍ବର ହେଉଛି- ୦୩୩୨୩୫୦୮୭୯୪, ୦୩୩୨୩୮୩୩୩୨୬। ଏହି ନମ୍ବରରେ କଲ୍ କରି ଯାତ୍ରୀଙ୍କ ପରିବାରବର୍ଗ ରେଳବାଇ ପକ୍ଷରୁ ସୂଚନା ହାସଲ କରିପାରିବେ।

Leave a comment