ମୂର୍ଖଙ୍କ ଦିବସ

0

ଏପ୍ରିଲ୍ ମାସର ପ୍ରଥମ ଦିବସର ନିଜସ୍ୱ ଏକ ଆକର୍ଷଣ ରହିଥାଏ । ଏହି ଦିବସକୁ ମୂର୍ଖଙ୍କ ଦିବସ ବୋଲି କୁହାଯାଏ । କିନ୍ତୁ ବୋଧହୁଏ ବହିତ କମ୍ ଲୋକ ଜାଣିଥିବେ ଯେ ଆଜି ମୂର୍ଖଙ୍କ ଦିବସ କାହିଁକି ପାଳନ କରାଯାଉଛି । କୁହାଯାଏ ଯେ ୧୩୮୧ରେ ପ୍ରଥମ ଥର ଏପ୍ରିଲ୍ ୧ ତାରିଖକୁ ମୂର୍ଖଙ୍କ ଦିବସ ଭାବରେ ପାଳନ କରାଯାଇଥିଲା । ଏହା ପଛରେ ରହିଛି ଏକ ରୋଚକପୂର୍ଣ୍ଣ କାହାଣୀ । ଇଂଲଣ୍ଡର ରାଜା ରିଚାର୍ଡ ଦ୍ୱିତୀୟ ଓ ବୋହେମିଆର ରାଣୀ ଆନୀ ଘୋଷଣା କରି କହିଲେ ଯେ ୩୨ ମାର୍ଚ୍ଚ, ୧୩୮୧ରେ ସେମାନଙ୍କର ନିର୍ବନ୍ଧ ହେବ । ଏହି ଘୋଷଣାରେ ସାଧାରଣ ନାଗରିକମାନେ ଏତେ ଖୁସି ହୋଇଗଲେ ଯେ ସେମାନେ ଏହି ଖୁସି ସେଲିବ୍ରେଟ୍ କରିବା ଆରମ୍ଭ କରିଦେଲେ । ପରେ ସେମାନେ ଅନୁଭବ କଲେ ଯେ ସେମାନଙ୍କୁ ବୋକା ବନେଇ ଦିଆଯାଇଛି କାରଣ କୌଣସି କ୍ୟାଲେଣ୍ଡରରେ ୩୨ ତାରିଖ ନଥାଏ ।

ଏହାପରେ ପ୍ରତି ବର୍ଷ ଏପ୍ରିଲ୍ ୧ ତାରିଖ ଦିନରେ ଲୋକମାନେ ମୂର୍ଖଙ୍କ ଦିବସ ପାଳନ କରିବାକୁ ଲାଗିଲେ । ଏହି ତାରିଖ ସହିତ ଅନ୍ୟ ଏକ କାହାଣୀ ଜଡ଼ିତ ରହିଛି । ୧୫୮୨ରେ ପୋପ୍ ଚାର୍ଲସ୍ ପୁରୁଣା କ୍ୟାଲେଣ୍ଡର ସ୍ଥାନରେ ରୋମାନ୍ କ୍ୟାଲେଣ୍ଡର୍ର ପ୍ରଚଳନ ଆରମ୍ଭ କଲେ । କିନ୍ତୁ ଏହାପରେ ବି କିଛି ଲୋକ ପୁରୁଣା ତାରିଖରେ ନୂଆ ବର୍ଷ ପାଳନ କରୁଥିଲେ । ସେହି ଲୋକମାନଙ୍କୁ ଏପ୍ରିଲ୍ ଫୁଲ୍ସ କୁହାଯାଉଥିଲା । କିନ୍ତୁ ଆମ ଦେଶରେ ଊନବିଂଶ ଶତାବ୍ଦୀରେ ଇଂରେଜମାନେ ପ୍ରଥମେ ମୂର୍ଖ ଦିବସ ପାଳନ କରିବାର ପରମ୍ପରା ଆରମ୍ଭ କରିଥିଲେ । ଏହାପରେ ଆମ ଦେଶରେ ପ୍ରତି ବର୍ଷ ଏହି ଦିନ ମୂର୍ଖଙ୍କ ଦିବସ ପାଳନ ହୋଇ ଆସୁଛି । ଯଦିଓ ଏବେ ସୋସିଆଲ୍ ମିଡିଆ ଆସିବା ପରେ ଆମ ଦେଶରେ ମୂର୍ଖଙ୍କ ଦିବସର ମହତ୍ତ୍ୱ ବୃଦ୍ଧି ପାଇଛି । ପୂର୍ବରୁ ଗୋଟିଏ ଦିନ ମୂର୍ଖଙ୍କ ଦିବସ ପାଳନ କରିବାର ଚଳନ ଥିଲା । କିନ୍ତୁ ଆଜିକାଲି ଲୋକମାନେ ପ୍ରତିଦିନ ମୂର୍ଖ ହେଉଥିବାର ଦେଖାଯାଉଛନ୍ତି । ଡିଜିଟାଲ୍ ପ୍ଲାଟ୍ଫର୍ମ, ହନିଟ୍ରାପ୍, ଫର୍ଜୀ ଇ-ମେଲ୍ ବା ମେସେଜ୍, ଅନ୍ଲାଇନ୍ ଲଟେରୀ ଜିତିବା ଆଦି ଖବର ଜରିଆରେ ଲୋକମାନେ ଆଜିକାଲି ଅଧିକ ପରିମାଣରେ ମୂର୍ଖ ହେଉଛନ୍ତି ।

Leave a comment