ଯୁଦ୍ଧ ବାହାନାରେ ଖାଇବା ତେଲ କଳାବଜାରୀ : ଯୋଗାଣ ବିଭାଗ ଚୁପ୍
ଭୁବନେଶ୍ୱର : ଋଷ-ୟୁକ୍ରେନ୍ ଯୁଦ୍ଧକୁ ବାହାନା କରି ଏବେ ରାଜ୍ୟରେ ଖୁଲମଖୁଲା ହେଉଛି ଖାଇବା ତେଲ କଳାବଜାରୀ । ରାଜ୍ୟରେ ଖାଇବା ତେଲର ଅଭାବ ନାହିଁ ବୋଲି ରାଜ୍ୟ ସରକାର କହୁଥିବା ବେଳେ ଏପଟେ କିନ୍ତୁ ବଜାରରେ କୃତିମ ଅଭାବ ସୃଷ୍ଟି କରାଯାଇ ଗ୍ରାହକଙ୍କୁ ଲୁଟ୍ କରାଯାଉଛି । ସବୁଠାରୁ ବଡ଼ ବିଡ଼ମ୍ବନାର କଥା ହେଉଛି ଯେ ରାଜ୍ୟ ଯୋଗାଣ ବିଭାଗ ପାଖରେ ବାରମ୍ବାର ଅଭିଯୋଗ କରିବା ପରେ ବି ଚୁପ୍ ବସିଛି ବିଭାଗ । ଏହାକୁ ନେଇ ପ୍ରଖୃତରେ ରାଜ୍ୟରେ ଖାଇବା ତେଲ ସଙ୍କଟ ସୃଷ୍ଟି ହୋଇଛି କି ନାହିଁ ତାକୁ ନେଇ ଚିନ୍ତାରେ ଗ୍ରାହକ ।
ମାଲ ଗୋଦାମରେ ପର୍ଯ୍ୟାପ୍ତ ପରିମାଣର ଖାଇବ ତେଲ ଷ୍ଟକ୍ ରହିଥିଲେ ବି ତାହା ବଜାରକୁ ଛଡା ଯାଉ ନାହିଁ ଓ ଜାଣିଶୁଣି ଲୋକଙ୍କ ମଧ୍ୟରେ ଖାଇବା ତେଲ ଅଭାବକୁ ନେଇ ଆତଙ୍କ ସୃଷ୍ଟି କରାଯାଉଛି । ଏଡା ଛଡା ଆଉ କିଛି ବ୍ୟବସାୟୀ ମଧ୍ୟ ତେଲ ପ୍ୟାକେଟ୍ରେ ଥିବା ଏମଆରିପିକୁ ଲିଭାଇ ଏହାକୁ ଚଢା ଦରରେ ବିକ୍ରି କରୁଥିବା ଅଭିଯୋଗ ହୋଇଛି ମାତ୍ର ସମସ୍ତେ ସବୁ ଜାଣି ବି ଚୁପ୍ । ରାଜ୍ୟ ଯୋଗାଣ ବିଭାଗ ନିରବଦ୍ରଷ୍ଟା ସାଜିଥିବା ବେଳେ ଏବେ ରାଜ୍ୟରେ ଖଉଲମଖୁଲା ଖାଉଟିଙ୍କୁ ଲୁଟି ଚାଲିଛନ୍ତି ଅସାଧୁ ବ୍ୟବସାୟୀ ।