ଖୁବ୍‌ଶୀଘ୍ର ଦୁବାଇରୁ ଭୁବନେଶ୍ୱରକୁ ଆରମ୍ଭ ହେବ ବିମାନ ସେବା

0

ଖୁବ୍‌ଶୀଘ୍ର ଆରମ୍ଭ ହେବ ଦୁବାଇରୁ ଭୁବନେଶ୍ୱରକୁ ସିଧାସଳଖ ବିମାନ ସେବା । ବୁଧବାର ସନ୍ଧ୍ୟାରେ ଦୁବାଇରେ ଆୟୋଜିତ ପ୍ରବାସୀ ଓଡ଼ିଆଙ୍କ ସମ୍ମିଳନୀରେ ଯୋଗଦେଇ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଘୋଷଣା କରିଛନ୍ତି । ଏହା ସହ ୫-ଟି ସଚିବ ଭି.କେ ପାଣ୍ଡିୟାନ କହିଛନ୍ତି ଯେ, ଦୁବାଇରୁ ସିଧାସଳଖ ବିମାନ ସେବା ପାଇଁ ୧୦୦ କୋଟି ଟଙ୍କା ଆବଶ୍ୟକ ପଡ଼ୁଛି ।

ଏହା ଯୋଗାଇ ଦେବାକୁ ମୁଖ୍ୟମନ୍ତ୍ରୀ ମଂଜୁର କରିଛନ୍ତି । ତେଣୁ ଖୁବ୍‌ଶୀଘ୍ର ଏହି ବିମାନ ସେବା ଆରମ୍ଭ ହେବ ।

ଏହି ସମ୍ମିଳନୀରେ ୟୁଏଇ, ବାହାରିନ୍‌, ଓମାନ ଓ ପାଖ ଦେଶର ୫୦୦ ପ୍ରବାସୀ ଓଡ଼ିଆ ଯୋଗ ଦେଇଥିଲେ । ଆରବ ଦେଶରେ ରହୁଥିବା ଓଡ଼ିଆମାନଙ୍କର ବିଭିନ୍ନ ସମସ୍ୟା ସମ୍ପର୍କରେ ମୁଖ୍ୟମନ୍ତ୍ରୀଙ୍କ ଦୃଷ୍ଟି ଆକର୍ଷଣ କରାଯାଇଥିଲା । ବାହାରିନ୍‌ ଓଡ଼ିଆ ସମାଜ, ଆବୁଧାବି ଓଡ଼ିଆ ସମାଜ, ଓମାନ ଓଡ଼ିଆ ସମାଜର ବହୁ କର୍ମକର୍ତ୍ତା ଉପସ୍ଥିତ ଥିଲେ । ପୂର୍ବାହ୍ନରେ ନବୀନ ନିବେଶକ ସମ୍ମିଳନୀରେ ଯୋଗ ଦେଇଥିଲେ । ଆସନ୍ତାକାଲି ନବୀନ ବିଦେଶ ଗସ୍ତ ଶେଷ କରି ଓଡ଼ିଶା ଫେରିବେ ।

Leave a comment