ଅଗ୍ନିଶମ ସୁରକ୍ଷା ସପ୍ତାହ ପାଳନ

0

ଓଡ଼ିଶା ଫାଷ୍ଟ( ବ୍ୟୁରୋ):ପ୍ରତିବର୍ଷ ପରି ଏ ବର୍ଷ ମଧ୍ୟ  ଭୁବନେଶ୍ୱରରେ ଏପ୍ରିଲ ୧୪ ତାରିଖରୁ ୨୦ ତାରିଖ ପର୍ଯ୍ୟନ୍ତ ଅଗ୍ନିଶମ ବିଭାଗ ପକ୍ଷରୁ ପାଳନ ହେଉଛି ସୁରକ୍ଷା ସପ୍ତାହ। 

ଏହି ସପ୍ତାହର ପ୍ରଥମ ଦିନକୁ ସହିଦ ଦିବସ ଭାବେ ପାଳନ କରାଯାଇଛି। ଦେଶର ବିଭିନ୍ନ ସ୍ଥାନରେ ଅଗ୍ନି ନିର୍ବାପନ କାର୍ଯ୍ୟ ସମ୍ପାଦନ କରିବା ବେଳେ ସହିଦ ହୋଇଥିବା ଅଗ୍ନିକଙ୍କ ସ୍ମୃତିରେ ଏହି ଦିବସ ପାଳନ କରାଯାଉଛି।

ଫାୟାର ଡିଜି ବି. କେ. ଶର୍ମା ଏହି ଉତ୍ସବରେ ଯୋଗ ଦେଇ ୨୦ ଜଣ ସହିଦଙ୍କୁ ଶ୍ରଦ୍ଧାଞ୍ଜଳି ଅର୍ପଣ କରିଥିଲେ। ଆଗକୁ ରାଜ୍ୟରେ ତୃଣମୂଳ ସ୍ତରରେ ଅଗ୍ନିଶମ ବିଭାଗକୁ ମଜଭୁତ କରାଯିବା ସହ ସବୁପ୍ରକାର ପରିସ୍ଥିତି କୁ କିପରି ସାମ୍ନା କରି ଏହାର ମୁକାବିଲା କରିପାରିବେ ତାହାପାଇଁ ତାଙ୍କୁ ତାଲିମ ଦିଆଯିବ ବୋଲି ଅଗ୍ନିଶମ ବିଭାଗ ଡିଜି କହିଥିଲେ।

 

Leave a comment