ଏଣିକି ଘରେ ବସି ଏଫଆଇଆର, ଇ-ଥାନାର ଶୁଭାରମ୍ଭ

0

ଓଡ଼ିଶା ଫାଷ୍ଟ(ବ୍ୟୁରୋ): ଆଜିଠୁ ରାଜ୍ୟରେ ଇ-ଥାନା ବା ଭର୍ଚୁଆଲ ଥାନାର ଶୁଭାରମ୍ଭ କରିଛନ୍ତି। ଏହି ଥାନା ରାଜ୍ୟ କ୍ରାଇମ ରେକର୍ଡ ବ୍ୟୁରୋ ପରିସରରେ କାର୍ଯ୍ୟକ୍ଷମ ହେବ l ଏହାର ପରିସୀମା ସମଗ୍ର ରାଜ୍ୟବ୍ୟାପୀ ରହିବ। ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଆଜି ଏହି ଥାନାକୁ ଉଦଘାଟନ କରିଛନ୍ତି। ଏହାସହିତ ସଡ଼କ ଦୁର୍ଘଟଣା ମାମଲାର ଡକ୍ୟୁମେଣ୍ଟସ୍ ମଡ୍ୟୁଲ ଓ ମେଡିକୋ ଲିଗାଲ ଓପିନିଅନ୍ ସିଷ୍ଟମ ସେବାକୁ ମଧ୍ୟ ଶୁଭାରମ୍ଭ କରିଛନ୍ତି। ଆଜି ଲୋକସେବା ଭବନରେ ଆୟୋଜିତ କାର୍ଯ୍ୟକ୍ରମରେ ଏହି ୩ଟି ସେବାକୁ ମୁଖ୍ୟମନ୍ତ୍ରୀ ଶ୍ରୀ ପଟ୍ଟନାୟକ ଶୁଭାରମ୍ଭ କରିବା ସହ ତାଙ୍କ ସରକାର ରାଜ୍ୟବାସୀଙ୍କୁ ନାଗରିକକେନ୍ଦ୍ରିକ ସେବା ଯୋଗାଇବାକୁ ପ୍ରତିଶ୍ରୁତିବଦ୍ଧ ବୋଲି କହିଛନ୍ତି। ଏହି କାର୍ଯ୍ୟକ୍ରମ ଯୋଗୁ ଲୋକମାନଙ୍କୁ ଆଉ ଅଯଥାରେ ଦୌଡ଼ିବାକୁ ପଡ଼ିବ ନାହିଁ
ଇ-ଥାନା ଭଳି ନୂଆ ବ୍ୟବସ୍ଥା ଫଳରେ ଏଣିକି କାହାର ଗାଡ଼ି ଚୋରି ହେଲେ ଏତଲା ଦେବା ପାଇଁ ଥାନାକୁ ଯିବାର ଆବଶ୍ୟକତା ପଡ଼ିବ ନାହିଁ। ନିଜ ମୋବାଇଲ ଫୋନ୍ ମାଧ୍ୟମରେ ଅବା ସହାୟତା ଆପ୍ ମାଧ୍ୟମରେ ଅନଲାଇନରେ ପୁଲିସ ନିକଟକୁ ଅଭିଯୋଗ ପଠାଇ ପାରିବେ। ପୁଲିସ ଅନଲାଇନରେ ଏତଲାକୁ ପଞ୍ଜିକରଣ କରିବ।

Leave a comment