କର୍ମୀ ମୋ ପାଇଁ ଭଗବାନ: ବବି
ଓଡ଼ିଶା ଫାଷ୍ଟ(ବ୍ୟୁରୋ): ମୁଖ୍ୟମନ୍ତ୍ରୀ ଯାଜପୁର ବିଧାୟକ ପ୍ରଣବ ପ୍ରକାଶ ଦାସ(ବବି)ଙ୍କୁ ଦଳର ସଂଗଠନ ସମ୍ପାଦକ ପ୍ରଦାନ କରିବା ପରେ ଗତକାଲି ଛାତ୍ର ଓ ଯୁବ ପକ୍ଷରୁ ବିଜେଡି ପାର୍ଟି ଅଫିସରେ ବବିଙ୍କ ସମ୍ବର୍ଦ୍ଧନା ସଭା ଅନୁଷ୍ଠିତ ହୋଇଯାଇଛି ।
ଗତକାଲି ଏହି ସଭାରେ ବବି ନିଜ କିଛି ଅନୁଭୂତି କର୍ମୀ ମାନଙ୍କ ଆଗରେ ଉପସ୍ଥାପନା କରିଥିଲେ । ତାଙ୍କ ବାପା କିପର ତାଙ୍କୁ ସାଙ୍ଗରେ ନେଇ ବିଭିନ୍ନ ସଭାକୁ ଯାଉଥିଲେ । ଥରେ ସେମାନେ ଏକ ଗାଁକୁ ଯାଇଥିଲେ ଯେଉଁଠାରେ ୧୦୦ରୁ ଉର୍ଦ୍ଧ ଲୋକ ଜଣେ ଲୋକ ବିରୁଦ୍ଧରେ ଅଭିଯୋଗ କରିଥିଲେ । ତାଙ୍କ ବାପା ଉକ୍ତ ଲୋକକୁ ଡାକି ସେ କରିଥିବା କାମକୁ ପୁନର୍ବାର ଠିକ ଭାବରେ କରିବାକୁ କହିଥିଲେ । ଯେତେବେଳେ ସେମାନେ ଗାଁ ବାହାରକୁ ଆସିଥିଲେ ତାଙ୍କ ବାପା ଗ୍ରାମବାସୀଙ୍କ ଅଭିଯୋଗ ପତ୍ରକୁ ଚିରି ଫିଙ୍ଗି ଦେଇଥିଲେ । ଯେତେବେଳେ ସେ ଏହା ଦେଖିଥିଲେ ଖୁଵ ଆଶ୍ଚର୍ଯ୍ୟ ହୋଇ ବାପାଙ୍କୁ ଏହାର କାରଣ ପଚାରିଥିଲେ । ମାତ୍ର ବାପା ଚୁପ ରହିଥିଲେ ।
ଘରେ ବାପା ଖାଇ ବସିଥିବା ସମୟରେ ବବି କୌତୁହଳ ବଶତଃ ପୁଣି ସେହି ପ୍ରଶ୍ନ ପଚାରିଥିଲେ । ଏହାର ଉତ୍ତର ବବିଙ୍କୁ ଦେଇ ବାପା କହିଥିଲେ, ଯେତେବେକେ ମୁଁ ରାଜନୀତିରେ ପାଦ ଥାପିଥିଲି ସେତେବେଳେ ଏ ଗାଁରୁ କେବଳ ୪ଜଣ ମତେ ସହଯୋଗ କରିଥିଲେ । ସମୟ କ୍ରମେ ଧୀରେ ଧୀରେ ଗ୍ରାମବାସୀଙ୍କ ମୋ ପ୍ରତି ଆସ୍ଥା ବୃଦ୍ଧି ପାଇଥିଲା । ତେଣୁ ମୁଁ ମୋର ୪୦ବର୍ଷ ପୁରୁଣା କର୍ମୀ କୁ କିପରି ଭୁଲିଯିବି । ସେ କାମ ଖରାପ କରିଥିଲା ତେଣୁ ଦଣ୍ଡ ସ୍ୱରୂପ ମୁଁ ତାକୁ ଆଉଥରେ ସେ କାମ କରିବାକୁ କହିଥିଲି । ଏହା ତାର ଭୁଲର ଦଣ୍ଡ ଥିଲା । ସେହିଦିନ ଦଳରେ କର୍ମୀଙ୍କ ମହତ୍ତ୍ୱ କଣ ମୁଁ ବୁଝି ପାରିଥିଲି । ଦଳୀୟ କର୍ମୀ ମୋ ବାପାଙ୍କ ପାଇଁ ଭଗବାନ ଥିଲେ । ସେମାନେ ମୋ ପାଇଁ ମଧ୍ୟ ଭଗବାନ ।
ମୁଁ ଦଳରେ ସବୁବେଳେ ଅରୁଣ, ଅତନୁ ଓ ସଞ୍ଜୟଙ୍କ ଠାରୁ ଆଗକୁ ବଢି ନିଜର ଏକ ସ୍ୱତନ୍ତ ସ୍ଥାନ ତିଆରି କରିବାକୁ ଚେଷ୍ଟା କରିଛି । ମୁଁ ସଞ୍ଜୟ ଦାସବର୍ମାଙ୍କ ଠାରୁ ରାଜନୀତିରେ ବହୁତ କିଛି ଶିଖିବାକୁ ସୁଯୋଗ ପାଇଛି । କିପରି ଏକ ନିଷ୍ଠାର ସହ ଦଳକୁ ମଜଭୁତ ରଖାଯାଇ ପାରିବ ଏହା ମୁଁ ଶ୍ରୀ ଦାସବର୍ମାଙ୍କ ଠାରୁ ଶିଖିଛି । ଶ୍ରୀ ଦାସବର୍ମା ଓ ମୁଁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଉଭୟ ପାର୍ଶ୍ଵ ରେ ମଜଭୁତ ପିଲର ସଦୃଶ୍ୟ ଛିଡା ହୋଇ ରହିବୁ ।