ଶନିବାର ବିନା ବ୍ୟାଗ୍‌ରେ ସ୍କୁଲ ଆସିବେ ପିଲା

0

ଓଡ଼ିଶା ଫାଷ୍ଟ(ବ୍ୟୁରୋ): ଓଡ଼ିଆ ସରକାରୀ ସ୍କୁଲରେ ପିଲାଙ୍କ ସଂଖ୍ୟା ବଢ଼ାଇବାକୁ ଗଞ୍ଜାମ ଜିଲ୍ଲା ପ୍ରଶାସନ ନିଆରା ପଦକ୍ଷେପ ଗ୍ରହଣ କରିଛି। ଶନିବାର ପ୍ରଥମରୁ ପଞ୍ଚମ ଶ୍ରେଣୀର ପିଲାମାନେ ବିନା ବ୍ୟାଗରେ ସ୍କୁଲ ଆସିବେ ବୋଲି ନିୟମ କରାଯାଇଛି। ଏହାସହ ସ୍କୁଲରେ ସେମାନଙ୍କୁ ପାଠପଢ଼ା ଉପକରଣ ଓ ସମସ୍ତ ସରଞ୍ଜାମ ଯୋଗାଇ ଦିଆଯିବ ବୋଲି ପ୍ରଶାସନ ପକ୍ଷରୁ କୁହାଯାଇଛି।ପୂର୍ବରୁ ଜିଲ୍ଲା ପ୍ରଶାସନ ମଧୁ ଆପ୍, ପାଣି ଘଣ୍ଟ ଆଦି ଆରମ୍ଭ କରିଥିଲା। ଏବେ ‘ନୋ ବ୍ୟାଗ ପାଇଲଟ୍ ପ୍ରୋଜେକ୍ଟ’ ଭାବେ ଆରମ୍ଭ କରାଯାଇଛି । ଜିଲ୍ଲା ଶିକ୍ଷାଧିକାରୀ କହିଛନ୍ତି,“ ଏହି ‘ନୋ ବ୍ୟାଗ ପାଇଲଟ୍ ପ୍ରୋଜେକ୍ଟ’ ଗଞ୍ଜାମ ଜିଲ୍ଲାରେ ଆରମ୍ଭ ହୋଇଛି। ପ୍ରତି ବ୍ଲକରେ ବଛା ବଛା ୨୦ଟି ସ୍କୁଲରେ ଏହା ଆରମ୍ଭ କରିବାକୁ ଲକ୍ଷ୍ୟ ରଖିଛୁ। ଏହି ପାଇଲଟ୍ ପ୍ରୋଜେକ୍ଟରେ ପିଲାମାନେ ପ୍ରତି ଶନିବାର ବିନା ବ୍ୟାଗରେ ସ୍କୁଲ ଆସିବେ। ସ୍କୁଲ ଲାଇବ୍ରେରୀରେ ଥିବା ନିଜ ପସନ୍ଦର ବହି ପଢ଼ିବେ। ଏହାସହ ଗୀତ, ନାଚ ସହ ଚିତ୍ର ବି କରିବେ। ଶିକ୍ଷକମାନେ ମଧ୍ୟ ପିଲାମାନଙ୍କ ସହ ବିଭିନ୍ନ ବିଷୟରେ ଆଲୋଚନା କରିବେ।”

Leave a comment