ଆଜି ଧରାପୃଷ୍ଠରୁ ବିଦାୟ ନେବେ ମା’ ଜଗତଜନନୀ; ଭସାଣି ପୋଲିସ ପକ୍ଷରୁ ବ୍ୟାପକ ବ୍ୟବସ୍ଥା
ସରିଲା ଦଶହରା, ଆଜି ବିଦାୟ ବେଳା। ଧରାପୃଷ୍ଠରୁ ବିଦାୟ ନେବେ ଜଗତଜନନୀ ମା’ ଦୁର୍ଗା । ଗତକାଲି ବିଜୟା ଦଶମୀ ଶେଷ ହେବା ପରେ ଆଜି ମାଆଙ୍କୁ ମେଲାଣି ଦିଆଯିବ। ସମସ୍ତ ପୂଜା ମଣ୍ଡପ ମାନଙ୍କରେ ଶେଷ ହୋଇଛି ମାଆଙ୍କ ଆରାଧନା। ପୂଜା ମଣ୍ଡପ ମାନଙ୍କରେ ମୃଣ୍ମୟୀ ମୂର୍ତ୍ତିକୁ ବିସର୍ଜନ କରାଯାଇଛି।
ଟ୍ଵିିନ୍ସିଟିରେ ଅସ୍ଥାୟୀ ପୋଖରୀରେ ମୂର୍ତ୍ତି ବିସର୍ଜନ କରାଯିବ। କଟକରେ ଆଜି ପ୍ରାୟ ୧୫୦ରୁ ଉର୍ଦ୍ଧ୍ୱ ମେଢ ବିସର୍ଜନ କରାଯିବ। ଏନେଇ କଟକ ଦେବୀଗଡ଼ାରେ ପ୍ରଶାସନ ପକ୍ଷରୁ ବ୍ୟାପକ ପ୍ରସ୍ତୁତି କରାଯାଇଛି। ୩ଟି ଅସ୍ଥାୟୀ ପୋଖରୀ ତିଆରି କରାଯାଇଛି। ଶୃଙ୍ଖଳିତ ଭସାଣି ପାଇଁ ମୁତୟନ ହୋଇଛନ୍ତି ୫୫ ପ୍ଲାଟୁନ୍ ଫୋର୍ସ। ୩୦୦ରୁ ଉର୍ଦ୍ଧ୍ୱ ସିସିଟିଭି ମାଧ୍ୟମରେ ନଜର ରଖାଯାଇଛି।