ଭାରତରେ ବଢୁଛି କରୋନା ରୋଗୀଙ୍କ ସଂଖ୍ୟା, ୮ ଦିନରେ ପହଞ୍ଚିଲା ୨୫୮

0

ଓଡ଼ିଶା ଫାଷ୍ଟ(ବ୍ୟୁରୋ): ଭାରତରେ କରୋନା ଭାଇରସ ଦ୍ରୁତ ଗତିରେ ବିସ୍ତାର କରୁଛି। ଏପର୍ଯ୍ୟନ୍ତ ମୋଟ ୨୫୮ ଜଣ ଲୋକ ଭାଇରସରେ ସଂକ୍ରମିତ ଥିବା ରିପୋର୍ଟରୁ ଜଣାଯାଇଛି । ଚାରି ଜଣ ଲୋକଙ୍କ ମୃତ୍ୟୁ ହୋଇଛି । ନିୟନ୍ତ୍ରଣ ପାଇଁ କେନ୍ଦ୍ର ସରକାର ଅନେକଗୁଡ଼ିଏ ପଦକ୍ଷେପ ନେଇଛନ୍ତି । ଭାଇରସ ନିୟନ୍ତ୍ରଣ ରୋକିବା ପାଇଁ ଭାରତର ଅନେକ ସହରରେ କଟକଣା ଜାରି କରାଯାଇଛି । କରୋନା ଭାଇରସ ନିୟନ୍ତ୍ରଣ ପାଇଁ ଏପର୍ଯ୍ୟନ୍ତ କୌଣସି ଔଷଧ ବାହାରି ନାହିଁ ।

ସୂଚନାଯୋଗ୍ୟ, ମାର୍ଚ୍ଚ ୧୩ରେ କରୋନା ସଂକ୍ରମିତ ସଂଖ୍ୟା ୮୯ ଥିଲା । ଏହି ସଂଖ୍ୟା ୧୪ରେ ୯୬ରେ ପହଞ୍ଚିଥିଲା । ମାର୍ଚ୍ଚ ୧୫ରେ ୧୧୨, ମାର୍ଚ୍ଚ ୧୬ରେ ୧୨୪, ମାର୍ଚ୍ଚ ୧୭ରେ ୧୩୯ରେ ପହଞ୍ଚିଥିଲା । ସେହିଭଳି ମାର୍ଚ୍ଚ ୧୮ରେ ରୋଗୀଙ୍କ ସଂଖ୍ୟା ବଢ଼ି ୧୬୮ ହୋଇଥିବା ବେଳେ ମାର୍ଚ୍ଚ ୧୯ରେ ସଂଖ୍ୟା ୧୯୫ରେ ପହଞ୍ଚି ଯାଇଥିଲା ।
ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଗୁରୁବାର ଦେଶର ଜନତାକୁ ସମ୍ବୋଧନ କରି ମାର୍ଚ୍ଚ ୨୨ରେ ଜନତା କର୍ଫ୍ୟୁ ଲାଗୁ କରିବାକୁ ଘୋଷଣା କରିଛନ୍ତି ।

Leave a comment