ତୈଳଦର ବୃଦ୍ଧି ପ୍ରତିବାଦରେ ବିଜେପିକୁ ଟାର୍ଗେଟ କଲା କଂଗ୍ରେସ : ୧୭ରୁ ଦସ୍ତଖତ ଅଭିଯାନ
ଓଡ଼ିଶା ଫାଷ୍ଟ(ବ୍ୟୁରୋ): ତୈଳଦର ବୃଦ୍ଧି ପ୍ରତିବାଦରେ କେନ୍ଦ୍ର ସରକାରଙ୍କୁ ଟାର୍ଗେଟ କରିଛି ରାଜ୍ୟ କଂଗ୍ରେସ । ପିସିସି ସଭାପତି ନିରଞ୍ଜନ ପଟ୍ଟନାୟକ ବିଜେପିକୁ ଟାର୍ଗେଟ କରି କହିଛନ୍ତି, ତେଲଦର ବଢ଼ାଇ ଆଛେ ଦିନ୍ ଆଣିଛନ୍ତି କେନ୍ଦ୍ର ସରକାର । ସାଧାରଣ ଲୋକଙ୍କୁ କେତେ ଶୋଷିଲେ ବିଜେପି ସନ୍ତୁଷ୍ଟ ହେବ ।
ଏହାସହ ଜୁଲାଇ ୧୫ରେ ପେଟ୍ରୋଲ ନ କିଣିବାକୁ ଲୋକଙ୍କୁ ଅପିଲ୍କ ରିଛନ୍ତି ନିରଞ୍ଜନ । ଆସନ୍ତା ୧୭ରୁ ପେଟ୍ରୋଲ ପମ୍ପରେ କଂଗ୍ରେସ ଦସ୍ତଖତ ଅଭିଯାନ କରିବ । ଦରଦାମ ବୃଦ୍ଧି ନେଇ ବିଜେପିର ଯୁକ୍ତି ହାସ୍ୟାସ୍ପଦ । କେନ୍ଦ୍ର ସରକାରଙ୍କ ନୀତିରୁ ହାତଗଣତି ପୁଞ୍ଜିପତି ଲାଭ ପାଉଛନ୍ତି । କେନ୍ଦ୍ରର ଜନମାରଣ ନୀତି ବିରୋଧରେ କଂଗ୍ରେସ ଲୋକଙ୍କୁ ବୁଝାଇବ ବୋଲି ପିସିସି ସଭାପତି ନିରଞ୍ଜନ ପଟ୍ଟନାୟକ କହିଛନ୍ତି ।