ଗୋରୁ ଚାଲାଣ, ୧୧ ଗିରଫ ସହ ୫ ପିକ୍ଅପ ଭ୍ୟାନ ଜବତ

0

ଯଶୀପୁର (ଓଡ଼ିଶା ଫାଷ୍ଟ ବ୍ୟୁରୋ): ବେଆଇନ ଗୋରୁ ଚାଲାଣ ବେଳେ ୩୦ରୁ ଅଧିକ ଗୋରୁ ଏବଂ ୫ ପିକ୍ଅପ ଭ୍ୟାନ ଜବତ ସହ ୧୧ ଗୋରୁ ବେପାରୀ ଅଟକ । ଯଶୀପୁର କୁ ବେଆଇନ ଗୋରୁ ଚାଲାଣ ହେଉଥିବା ଖବର ପାଇ ରାମଚନ୍ଦ୍ରପୁର ଥାନାରେ ନୂତନ ଭାବେ ନିଯୁକ୍ତ ହୋଇଥିବା ଆଇପିଏସ୍ ଅଫିସର ୟସ ପ୍ରତାପ ସିମଲ ହସନପୁର ଟୋଲଗେଟ ନିକଟରେ ଚଢ଼ାଉ କରିଥିଲେ ।

ଅନେକ ସମୟରେ ଏହି ରାସ୍ତା ଦେଇ ବାହାର ରାଜ୍ୟକୁ ଗୋରୁ ଚାଲାଣ ହେଉଥିବା ଅଭିଯୋଗ ହେଇ ଆସୁଥିଲା। ଜବତ ଗୋରୁ ଗୋଶାଳାକୁ ପଠାଇବା ସହିତ ଅଟକ ଅଭିଯୁକ୍ତମାନଙ୍କୁ କୋର୍ଟ ଚାଲାଣ କରାଯିବ ବୋଲି ଆନନ୍ଦପୁର ଏସଡିପିଓ ସୂଚନା ଦେଇଛନ୍ତି ।

Leave a comment