କରୋନା ଭାଇରସ୍ ଆତଙ୍କ ! କ୍ୟାପିଟାଲ ହସ୍ପିଟାଲ ଓ ବଡ଼ ମେଡ଼ିକାଲରେ ସ୍ଵାସ୍ଥ୍ୟ ବିଭାଗ ସଜାଗ
ଓଡ଼ିଶା ଫାଷ୍ଟ(ବ୍ୟୁରୋ):ସାରା ବିଶ୍ୱରେ ଆତଙ୍କ ଖେଳାଇଥିବା କରୋନା ଭାଇରସକୁ ନେଇ ଏବେ ଭାରତରେ ଆତଙ୍କ ଦେଖାଦେଇଛି । ଭାରତ ସରକାର ଓ ରାଜ୍ୟ ସରକାର ମଧ୍ୟ ପ୍ରସ୍ତୁତି ଆରମ୍ଭ କରିଲେଣି । ଏଥିପାଇଁ କଟକ ଏସ ସି ବି ରେ ସ୍ଵତନ୍ତ୍ର ୱାର୍ଡ ଖୋଲାଯାଇଛି। ସେହିପରି ଭୁବନେଶ୍ଵର କ୍ୟାପିଟାଲ ହସ୍ପିଟାଲରେ ମଧ୍ୟ ବ୍ୟାପକ ବ୍ୟବସ୍ଥା କରାଯାଇଛି। କଟକ ବଡ଼ ମେଡ଼ିକାଲରେ କୋରାନା ଭାଇରସ୍ ଚିହ୍ନଟ ରୋଗୀଙ୍କ ପାଇଁ ୮ଟି ଆଇ ସି ୟୁ ବେଡ଼ ସମେତ ୪୦ ସାଧାରଣ ବେଡ ରହିଛି । ତେବେ ବର୍ତମାନ ସୁଦ୍ଧା ଏସ ସି ବି ରେ କୌଣସି ରୋଗୀ ଚିହ୍ନଟ ହୋଇନାହାନ୍ତି । ଏନେଇ ଜରୁରୀ କାଳୀନ ଅଧିକାରୀ ଭୁବନାନନ୍ଦ ମହାରଣା ସୂଚନା ଦେଇଛନ୍ତି।
ସେହିପରି କ୍ୟାପିଟାଲ ହସ୍ପିଟାଲରେ ଖୋଲିଲା ସ୍ୱତନ୍ତ୍ର ଆଉଟଡୋର। ଟିବି ଓ ଛାତି ରୋଗ ବିଶେସଂଜ୍ଞା ଡାକ୍ତର ସୁଦାମ ସାହୁ ନୋଡ଼ାଲ ଅଧିକାରୀ ଭାବେ ନିୟୋଜିତ ହୋଇଛନ୍ତି। କ୍ୟାପିଟାଲ ହସପିଟାଲର ଏକ ଡାକ୍ତରୀ ଟିମ ନିୟୋଜିତ ହୋଇଛନ୍ତି। ଟିମରେ ଅଛନ୍ତି ୩ ଜଣ ବିଶେଷଜ୍ଞ ଡାକ୍ତର। କ୍ଵାଲାଲମପୁରରୁ ଭୁବନେଶ୍ୱର ଆସୁଥିବା ବିମାନ ଉପରେ ନଜର ରଖାଯାଇଛି। ଥର୍ମାଲ ସ୍କାନରରେ ସମସ୍ତ ଯାତ୍ରୀ ଙ୍କୁ ଚେକିଂ କରାଯାଉଛି। ବିମାନବନ୍ଦର ପରିସରରେ ଏକ ସ୍ଵତନ୍ତ୍ର ୨୪ ଘଣ୍ଟିଆ MI ମେଡ଼ିକାଲ ଇନସପେକ୍ସନ ରୁମ ଖୋଲାଯାଇଛି। ଯେଉଁ ଯାତ୍ରୀଙ୍କଠାରେ ଥଣ୍ଡା, କାସ, ଛିଙ୍କ ଲକ୍ଷଣ ଦେଖାଯାଉଛି ସେମାନଙ୍କୁ ଅଗ୍ରାଧିକାର ଭିତ୍ତିରେ ଚିକିତ୍ସା କରାଯାଉଛି। ଯେଉଁ ଯାତ୍ରୀମାନେ ଗତ ୨୮ ଦିନ ମଧ୍ୟରେ ବିଦେଶରୁ ଆସିଛନ୍ତି ଏବଂ ତାଙ୍କ ଭିତରେ ଏହି ଲକ୍ଷଣ ଦେଖାଯାଉଛି ସେମାନଙ୍କୁ କୋରନା ଟେଷ୍ଟିଙ୍ଗ କରିବାକୁ ପରାମର୍ଶ ଦିଆଯାଇଛି। ଏୟାରପୋର୍ଟରେ ମାଗଣା ମାସ୍କ ଯୋଗାଇ ଦିଆଯାଉଛି। ଏଥିପାଇଁ କ୍ଵାଲାଲାମ୍ପୁରରୁ ଭୁବନେଶ୍ଵର ସାପ୍ତାହିକ ୪ଟି ବିମାନ ଚାଲୁଛି ।
କେନ୍ଦ୍ର ସ୍ୱାସ୍ଥ୍ୟ ସଚିବଙ୍କ ସହ କରୋନା ମୁକାବିଲା ପାଇଁ video conferencing ଜରିଆରେ ଆଲୋଚନା କରୁଛନ୍ତି ସ୍ୱାସ୍ଥ୍ୟ ସଚିବ ନିକୁଞ୍ଜ ଧଳ।