ଆସନ୍ତା ୧୦ରେ ବସ୍‌ ଧର୍ମଘଟ

0

ସାରା ରାଜ୍ୟ ଲାଗି ଆରମ୍ଭ ହେବାକୁ ଥିବା ସରକାରଙ୍କ ଲକ୍ଷ୍ମୀ ବସ ଯୋଜନାକୁ ବିରୋଧ କରି ଆସନ୍ତା ୧୦ରେ ସାରା ରାଜ୍ୟରେ ବସ୍‌ ଧର୍ମଘଟ। ଏଭଳି ନିଷ୍ପତି ନେଇଛି ଅଲ୍‌ ଓଡ଼ିଶା ବସ୍‌ ମାଲିକ ସଂଘ।

ବସ୍‌ ମାଲିକ ସଂଘର ଅଭିଯୋଗ ଅନୁସାରେ, ଗାଁରୁ ଗାଁ କିମ୍ବା ଗାଁରୁ ବ୍ଲକ୍‌କୁ ଲକ୍ଷ୍ମୀ ଯୋଜନାରେ ବସ୍‌ ଚାଲିଲେ କୌଣସି ଅସୁବିଧା ନାହିଁ। କିନ୍ତୁ ବ୍ଲକ୍‌ରୁ ଜିଲ୍ଲାକୁ ଓ ସହରକୁ ଗଡ଼ିଲେ ଘରୋଇ ବସ୍‌ ମାଲିକ କ୍ଷତି ସହିବେ ବୋଲି ସଂଘ କହିଛି। ନିର୍ଦ୍ଦିଷ୍ଟ ଗାଇଡ୍‌ଲାଇନ୍‌ ଆଣିବା ପାଇଁ ସେମାନେ ଦାବି କରିଛନ୍ତି।

ସୂଚନା ଅନୁସାରେ, ଅକ୍ଟୋବର ୨ରେ ଶୁଭାରମ୍ଭ ହେବ ମୋ ଲକ୍ଷ୍ମୀ ଯୋଜନା। ବସ ଯୋଜନାରେ ପଞ୍ଚାୟତ ସହ ଯୋଡି ହେବ ବ୍ଳକ ଓ ବ୍ଳକ ସହ ଯୋଡି ହେବ ଜିଲ୍ଲା । ସୁଲଭ ବସ ଭଡା ଦେଇ ଗ୍ରାମାଞ୍ଚଳରୁ ସହରକୁ ଏସି ବସରେ ଆରାମରେ ଯାତାୟାତ କରି ପାରିବେ ଗରିବ ଲୋକେ।

Leave a comment